Latest Odisha News

ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ”ଝୁଣ୍ଡ”ର ସ୍କ୍ରିନିଂରେ ଇମୋସନାଲ୍ ହେଲେ ଆମୀର ଖାନ୍

ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘’ଝୁଣ୍ଡ’’ର ସ୍କ୍ରିନିଂ ଦେଖି ଭାବବିହ୍ୱଳ ହେଲେ ଆମୀର ଖାନ୍ ।ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘’ଝୁଣ୍ଡ’’ ର ସ୍କ୍ରିନିଂ ରିଲିଜର ଗୋଟିଏ ଦିନ ପୂର୍ବରୁ ରଖାଯାଇଥିଲା । ଏହି ସ୍କ୍ରିନିଂ ଚାଲିଥିବା ସମୟରେ ବଲିଉଡର ମିଷ୍ଟରପରଫେକ୍ସନ ଆମୀର ଖାନ୍ ଆସିଥିବା ଦେଖିବାକୁ ମିଳିଥିଲା । ଏହି ସ୍କ୍ରିନଂ ଦେଖୁଥିବା ବେଳେ ଅମୀର ଖାନ୍ ଏତେ ଇମୋସନାଲ୍ ହୋଇଯାଇଥିଲେ ଯେ , ହଠାତ୍ କାନ୍ଦି ପକାଇଥିଲେ ଆମୀର ଖାନ୍ ।

ଟି ସିରିଜ୍ ପକ୍ଷରୁ ଆମୀରଙ୍କ ଇମୋସନାଲ୍  ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରାଯାଇଛି ।ଯେଉଁଥିରେ ଅମୀର ଖାନ୍ କାନ୍ଦୁଥିବା ନଜର ଆସିଥିଲେ । ଏହି ଫିଲ୍ମକୁ ନେଇ ଷ୍ଟାଣ୍ଡିଂ ଅଡିସନ୍ ଦେଇଛନ୍ତି ଆମୀର ଖାନ୍ । ମୁଭି ”ଝୁଣ୍ଡ” ବହୁତ ଭଲ ରେସପନ୍ସ ପାଇବ ବୋଲି ଆମୀର କହିଛନ୍ତି । ଏହି ମୁଭିରେ ଭାରତୀୟ ପିଲାମାନଙ୍କ ଇମୋସନକୁ ଯେଉଁଭଲି ଭାବେ ପ୍ରେଜେଣ୍ଟ କରାଯାଇଛି । ତାହା ଅତ୍ୟନ୍ତ ଉଚ୍ଚ କୋଟିର ବୋଲି ଆମୀର କହିଛନ୍ତି । ୪ ମାର୍ଚ୍ଚରେ ଅର୍ଥାତ୍ ଆସନ୍ତା କାଲି ମୁଭିଟି ରିଲିଜ ହେବ ।

Comments are closed, but trackbacks and pingbacks are open.