Latest Odisha News

BREAKING NEWS

‘ପାଠକ ସମାବେଶ’ରେ ସମ୍ମାନିତ ହେବେ ଗଙ୍ଗାଧର ବିଶ୍ୱାଳ ଏବଂ ଅଞ୍ଜନ ଚାନ୍ଦ

ବାଲେଶ୍ଵର : ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଜାପତି ଅନୁଷ୍ଠାନ ପକ୍ଷରୁ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ ‘ବାଲେଶ୍ଵର ସାହିତ୍ୟ ସମ୍ମାନ’ ଏବଂ ବ୍ୟଙ୍ଗ ସାହିତ୍ୟିକ ଅଞ୍ଜନ ଚାନ୍ଦଙ୍କୁ ‘ପ୍ରଜାପତି ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଶିକ୍ଷା ଓ ଜ୍ଞାନର ବିକାଶ ଦିଗରେ ‘ପ୍ରଜାପତି’ ଅନୁଷ୍ଠାନ ବିଭିନ୍ନ ଅଞ୍ଚଳରେ କର୍ମଶାଳା, ଆଲୋଚନା ଚକ୍ର ଆଦି ଆୟୋଜିତ କରିଥାଏ ।ଆସନ୍ତା ଅପ୍ରେଲ ମାସରେ ଆୟୋଜିତ ହେବାକୁ ଥିବା ‘ପାଠକ ସମାବେଶ”ରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ପ୍ରଜାପତିର ପ୍ରତିଷ୍ଠାତା ପ୍ରଶାନ୍ତ ଦାସ ସୂଚନା ପ୍ରଦାନ କରିଛନ୍ତି ।

Comments are closed, but trackbacks and pingbacks are open.