Latest Odisha News

BREAKING NEWS

ବଢିଲା ସ୍ନାତକ ନାମଲେଖା ପାଇଁ ଆବେଦନ ସମୟସୀମା

ଭୁବନେଶ୍ବର:ବଢିଲା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା । ଛାତ୍ରୀଛାତ୍ରମାନେ ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ।ପ୍ରଥମ ମେଧା ତାଲିକା ଜୁନ୍‌ ୨୨ ତାରିଖରେ ପ୍ରକାଶିତ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶିକ୍ଷା ବର୍ଷ ୨୦୨୬-୨୭ପାଇଁ ସ୍ନାତକ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ଆଧାରରେ କରାଯିବ। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ କମନ୍ ଆପ୍ଲିକେସନ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ମୁଖ୍ୟ ବିଷୟ, ଉପ ବିଷୟ (ମେଜର, ମାଇନର ସବଜେକ୍ଟ) ଚୟନ କରିପାରିବେ।

ସୂଚନାଥାଉକି, ଜୁଲାଇ ୧୦ ତାରିଖରୁ ଶିକ୍ଷାବର୍ଷ ୨୦୨୬-୨୭ ଆରମ୍ଭ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.