Latest Odisha News

BREAKING NEWS

ଦୀପିକା କୁମାରୀଙ୍କ ତୀରରେ ଘାଇଲା ହେଲେ ଅଲିମ୍ପିଆନ ଅତନୁ, ଆଜି ବିବାହ

ରାଂଚି:ଝାଡଖଣ୍ଡର ତୀରନ୍ଦାଜ ଦୀପିକା କୁମାରୀ ଓ ଅଲିମ୍ପିଆନ୍ ଅତନୁ ଦାସ ମଙ୍ଗଳବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କରୋନା କଟକଣା ଯୋଗୁ ଅତନୁ ମାତ୍ର ୭ଜଣ ବରଯାତ୍ରୀ ନେଇ ପହଂଚିଥିଲେ । ଏଥିରେ କେବଳ ତାଙ୍କ ଘରଲୋକ ସାମିଲ ହୋଇଥିଲେ । ଏତେ କମ୍ ଲୋକରେ ବିବାହ ହେବ ବୋଲି କେବେ ଭାବି ନ ଥିଲି । ଅଲିମ୍ପିକ ପ୍ରତି ସମ୍ପୂର୍ଣ୍ଣ ମନୋନିବେଶ କରିଥିଲେ ମଧ୍ୟ ଏହା ଘୁଂଚିବା ପରେ ଉଭୟ ବିବାହ କରିବା ନେଇ ସହମତି ହୋଇଥିଲୁ ବୋଲି ଦୀପିକା କହିଛନ୍ତି ।

ବିବାହ ପରେ ପୁନର୍ବାର ଅଭ୍ୟାସ ପ୍ରତି ଯତ୍ନବାନ୍ ହେବୁ । ଉଭୟଙ୍କ ଲକ୍ଷ୍ୟ ଅଲିମ୍ପିକ୍ସରେ ପଦକ ଜିତିବା ବୋଲି ଅତନୁ କହିଛନ୍ତି । ଅନେକ ନିକଟତମ ବନ୍ଧୁଙ୍କୁ ନିମନ୍ତ୍ରଣ କରି ନ ଥିବାରୁ ସେମାନେ ନିଶ୍ଚିତ ଭାବେ ଆମ ଉପରେ ଖରାପ ଭାବିଥିବେ ବୋଲି ଦୀପିକା କହିଛନ୍ତି ।

Leave A Reply

Your email address will not be published.