ଓଡିଶା ସମ୍ବାଦ ବ୍ୟୁରୋ: ଆମ ଶରୀର ଆମକୁ ଦେଉଥିବା ପ୍ରତ୍ୟେକ ଇଶାରା ଆମପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା ବେଳେ ବେଳେ ଏହା ବହୁତ ବଡ ବଡ ରୋଗର ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ ନଲାଗିବାର ଅନେକ କାରଣ ହୋଇପାରେ । ଯେଉଁଥିରେ କୋଷ୍ଟକାଠିନ୍ୟ, ପାଚନ ସମ୍ବନ୍ଧୀୟ ସମସ୍ୟା, ଖରାପ ଖାଦ୍ୟପାନୀୟ, ଭୁଲ ସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ସାମିଲ ଅଛି । ସେହିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବାର ସ୍ଥିତିକୁ ଡାକ୍ତରୀ ଭାଷାରେ ଏନୋରେକ୍ସିଆ କୁହାଯାଏ । ତେବେ ଆସନ୍ତୁ ଜାଣିବା ଭୋକ ନଲାଗିବାର ସଂକେତ ଓ ଏହାର ଉପଚାର ସମ୍ଭନ୍ଧରେ l
ଭୋକ ନଲାଗିବାର ସଂକେତ:-
ଖାଦ୍ୟ ପ୍ରତି ଆଗ୍ରହ ନହେବା ବା ସାମାନ୍ୟ କିଛି ଖାଇବା ପରେ ପେଟ ଭରିଯିବା ଭୋକ ନଲାଗିବାର ଏକ ସଂକେତ l ସେହିପରି ଖାଇବା ସମୟରେ ଥକାପଣ ଅନୁଭବ ହେବା, ଖାଇବା ଅଧାରୁ ଉଠିଯିବା, ନିଜ ମନପସନ୍ଦର ଖାଦ୍ୟ ଦେଖିଲା ପରେ ମଧ୍ୟ ଉତ୍ସାହ ନହେବା କିମ୍ବା ଖାଦ୍ୟ ଗିଳିବା ଏବଂ ଚୋବାଇବାରେ ସମସ୍ୟା ଦେଖାଦେବ ଆଦି ମଧ୍ୟ ଭୋକ ନଲାଗିବାର ଏକ ପ୍ରକାରର ସଂକେତ ଅଟେ l ଅପରପକ୍ଷେ ଭୋକ ନହେବାର ପ୍ରମୁଖ କାରଣ ଚିନ୍ତା ବି ହୋଇପାରେ । ଏହାସହିତ ନିମୋନିୟା, ହେପାଟାଇଟିସ୍, ଲିଭର ଫୁଲିବା ବା ଜଳାପୋଡା ହେବା, କଡନୀ କର୍କଟର ଲକ୍ଷଣ ହେବାର ସମ୍ଭାବନା ରହିଛି ।
ଭୋକ ବଢାଇବାର ଉପାୟ:-
ଭୋକ ବଢାଇବା ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଉପାୟ ହେଉଛି ନିୟମିତ ସକାଳୁ ବ୍ୟାୟାମ କରିବା । ବ୍ୟାୟାମ କରୁଥିବା ବ୍ୟକ୍ତି କଦାପି ଭୋକ ନହେବାର ଅନୁଭବ କରନ୍ତି ନାହିଁ । ଖାଦ୍ୟ ଖାଇବାର ସମୟ ଏବଂ ମାତ୍ରା ନିର୍ଦ୍ଧାରିତ କରନ୍ତୁ । ଏହି ନିୟମକୁ ପାଳନ କରିବା ଦ୍ୱାରା ଠିକ୍ ସମୟରେ ଭୋକ ଲାଗିଥାଏ । ଭୋକ ବଢାଇବା ଜିନିଷ ସେବନ କରନ୍ତୁ । ଯେପରିକି ସେଓ ଜୁସ୍, ମୂଳା, ଜୁଆଣି, କଳାଲୁଣ, ଗୁଜୁରାତି । ମସ୍ତିଷ୍କର ହାଇପୋଥ୍ୟାଲେମସ ବିଶିଷ୍ଟ ଅଂଶ ହିଁ ଭୋକ ନିୟନ୍ତ୍ରଣ କରିଥାଏ । ଏହି ଅଂଶକୁ ଜାଗୃତ ରଖିବା ପାଇଁ ପ୍ରାଣାୟମ କରନ୍ତୁ । ଯଦି ଏଭଳି କରିବା ପରେ ବି ଭୋକ ଲାଗୁ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଭୋକ ବଢାଇବା ପାଇଁ ମେଡିସିନ୍ ଦୋକାନରେ ଅନେକ ଟନିକ୍ ଉପଲବ୍ଧ ଅଛି । କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ନିଅନ୍ତୁ ।
BREAKING NEWS
- ରେଡ୍ ବେଳେ ପହଞ୍ଚିଲେ ମମତା ବାନାର୍ଜୀ; ଇଡି ସହ ମୁହାଁମୁହିଁ
- କ୍ଷମା ମାଗିଲେ ଇଂଲଣ୍ଡ ଦଳର ଅଧିନାୟକ ହ୍ୟାରୀ ବ୍ରୁକ
- ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା ପ୍ରକଟ;ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡିଲେ
- ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲ ଲାଇନଅପ ଚୂଡାନ୍ତ
- ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ଖୁବ୍ ଶୀଘ୍ର ହେବ ଚୂଡ଼ାନ୍ତ; ଜର୍ମାନୀ ଭାରତକୁ ଦେବ ୬ଟି ଘାତକ ବୁଡ଼ାଜାହାଜ
- ତିଳକ ବର୍ମାଙ୍କ ଟି୨୦ ବିଶ୍ୱକପ ଖେଳିବା ନେଇ ସନ୍ଦେହ, କିଏ ହେବେ ବଦଳ ଖେଳାଳି
- କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ
- ବୋମା ଧମକ ପରେ ସ୍ଵାଭାବିକ ହେଲା କୋର୍ଟ କାର୍ଯ୍ୟ…
- ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଓଡିଆ; ଦରମା ଦଉନି କମ୍ପାନୀ, ଦୂତାବାସ ବି ଶୁଣୁନି…
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
Comments are closed.