Latest Odisha News

BREAKING NEWS

କରୋନାକୁ ନେଇ ଭୟଭୀତ ନହେବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଟ୍ୱିଟ୍ କରିଛନ୍ତି । ଏହି ଭାଇରାସକୁ ନେଇ ଭୟଭୀତ ନହେବା ପାଇଁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ମୋଦୀ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ବ୍ୟାପକ ସମୀକ୍ଷା ହୋଇଛି । ବିଭିନ୍ନ ମନ୍ତ୍ରାଳୟ ମିଳିତ ଭାବେ ଏଥିପାଇଁ କାମ କରୁଛନ୍ତି ବୋଲି ସେ କହିଛନ୍ତି ।
ମଙ୍ଗଳବାର ମୋଦୀ କରୋନା ଭାଇରସକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହାପରେ ସେ ଟ୍ୱିଟ୍ କରି ଦେଶବାସୀଙ୍କୁ ଆତଙ୍କିତ ନହେବା ପାଇଁ କହିଛନ୍ତି । ଆମେ ଏକାଠି ହୋଇ କାମ କରିବାକୁ ହେବ । ପ୍ରଥମେ ନିଜକୁ ସୁରକ୍ଷିତ ରଖି, ଏହାପରେ ପଦକ୍ଷେପ ନେବ ଆବଶ୍ୟକ ବୋଳି ବୋଲି ମୋଦୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସୋମବାର ତେଲେଙ୍ଗାନା ଓ ଦିଲ୍ଲୀରେ କରୋନା ଭାଇରସର କିଛି ମାମଲା ସାମ୍ନାକୁ ଆସିଥିଲା । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡାକିଥିଲେ ।

Leave A Reply

Your email address will not be published.