Latest Odisha News

BREAKING NEWS

ମାଏରାଙ୍କୁ ଫଲୋ କରିବାକୁ କହିଲେ ଅର୍ଜୁନ

ଭୁବନେଶ୍ୱର: ବଲିଉଡ ଅଭିନେତା ଆଗରୁ ଝିଅ-ପୁଅଙ୍କୁ ଫିଲ୍ମ ଯୋଗାଡ଼ କରିଦେଉଥିଲେ । ଏବେ ସୋସିଆଲ ମିଡିଆରେ ଫଲୋୟର୍ସ ବଢ଼ାଇବାକୁ ବି ଦାୟିତ୍ୱ ଭାବିନେଲେଣି ।

ଶୁକ୍ରବାର ମଡେଲ ତଥା ଅଭିନେତା ଅର୍ଜୁନ ରାମପଲ ଝିଅ ମାଏରାଙ୍କୁ ଫଲୋ କରିବାକୁ ନେଟିଜେନଙ୍କୁ ଅନୁରୋଧ କରିଛନ୍ତି ।

ମାଏରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପବ୍ଲିକ୍ କରିଛନ୍ତି ।

ଯାହାକୁ ନେଇ ଅର୍ଜୁନ ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ସେ ଏବଂ ପତ୍ନୀ ଦୀର୍ଘ ଆଲୋଚନା ପରେ ୧୬ ବର୍ଷୀୟା କନ୍ୟାକୁ ସୋସିଆଲ ମିଡିଆରେ ପବ୍ଲିକ୍ ହେବାକୁ ଅନୁମତି ଦେଇଛନ୍ତି ।

ମାଇରାଙ୍କ ଆକାଉଣ୍ଟ ପବ୍ଲିକ ହେବା ପରେ ତାଙ୍କ ଫଲୋୟର୍ସ ସଂଖ୍ୟା ୪ ହଜାର ଉପରେ ପହଞ୍ଚିଛି । ୯ଟି ପୋଷ୍ଟ ସହ ମାଏରା ହଜାରରୁ ଉଦ୍ଦ୍ୱର୍ ଲୋକଙ୍କୁ ଫଲୋ କରୁଛନ୍ତି ।

ମାଇରାଙ୍କ ପ୍ରୋଫାଇଲରେ ଥିବା କ୍ୟାଣ୍ଡିଡ ପୋଷ୍ଟ ଗୁଡ଼ିକୁ ନେଟିଜେନ୍ ପସନ୍ଦ କରିଥିଲେ ବି ସେମିତି ପହଞ୍ଚ ମିଳିନି ।

Leave A Reply

Your email address will not be published.