Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବାକୁ ପୁରୀ ଗଜପତିଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଖୋଲାଯାଉ ରତ୍ନଭଣ୍ଡାର । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଚିଠି ଲେଖିଛନ୍ତି । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ।

ଚିଠିରେ ଉଲ୍ଲେଖ କରିଛନ୍ତି, ଏଏସ୍ଆଇ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ କହିଛି । ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ଆବଶ୍ୟକ । ସୁଦର୍ଶନ ପଟ୍ଟନାୟକ ନିଜେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଅଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁଦର୍ଶନ କହିଛନ୍ତି, କାହିଁକି ଏ ପ୍ରସଙ୍ଗ ପରିଚାଳନା କମିଟି ବୈଠକରେ ଆଲୋଚନା ହେଉନି । ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ହିନ୍ଦୁମାନଙ୍କ ଭାବାବେଗ ସହ ଜଡ଼ିତ ଅଟେ । ରତ୍ନଭଣ୍ଡାର ଖୋଲିବାରେ ଆଉ ବିଳମ୍ବ ହେବା ଉଚିତ୍ ନୁହେଁ । ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Leave A Reply

Your email address will not be published.