ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ରାଡାରରେ ଅଛନ୍ତି। ଏନସିବି ତାଙ୍କ ଭଉଣୀ କୋମଲ ରାମପାଲଙ୍କୁ ପଚରାଉଚରା ପାଇଁ ସମନ ପଠାଇଥିଲେ। ଯେଉଁଥିପାଇଁ ସୋମବାର ଅର୍ଥାତ୍ ଆଜି କୋମଲ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ଏନସିବି ଚଳିତ ମାସ ଆରମ୍ଭରେ କୋମଲଙ୍କୁ ଫୋନ କରିଥିଲା, କିନ୍ତୁ କୋମଲ ତାଙ୍କ ଓକିଲଙ୍କ ମାଧ୍ୟମରେ ନିଜର ଅକ୍ଷମତା ପ୍ରକାଶ କରିଥିଲେ, ଯାହା ପରେ ସେ ଆଜି (୧୧ ଜାନୁଆରୀ) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଅର୍ଜୁନ ରାମପାଲଙ୍କୁ ପଚରାଉଚରା ବେଳେ କୋମଲଙ୍କ ନାମ ପଦାକୁ ଆସିଥିଲା।
Comments are closed.