Latest Odisha News

BREAKING NEWS

ସୁନ୍ଦରଗଡରେ ନଦୀରେ ଭାସିଯାଇ ଯୁବତୀ ମୃତ୍ୟୁ ଘଟଣାରେ ଭିଡିଓ ଭାଇରାଲ

ସୁନ୍ଦରଗଡ଼: ଇବ୍ ନଦୀ କୂଳରେ ସେଲଫି ନେବା ବେଳେ ସୁଅରେ ଭାସିଯିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ଗତ ତିନି ତାରିଖରେ ଘଟିଥିଲା । ଦୀର୍ଘ ୨୨ ଘଣ୍ଟାର ଖୋଜାଖୋଜି ପରେ ମୃତଦେହ ଏକ ପଥର ସନ୍ଧିରୁ ମିଳିଥିଲା ।

ସୂଚନା ଅନୁଯାୟୀ, ରାଜଗାଙ୍ଗପୁର କୁମ୍ଭାରପଡ଼ାର ୨୩ ବର୍ଷୀୟା ଅନୁପମା ପ୍ରଜାପତି ନିଜ ପରିବାର ସଦସ୍ୟଙ୍କ ସହ ସୁନ୍ଦରଗଡ଼ ବାଲିଶଙ୍କରା ବ୍ଳକ୍ କନାକୁଣ୍ଡକୁ ବୁଲି ଯ଼ାଇଥିଲେ । ଅନ୍ୟମାନେ ରୋଷେଇରେ ବ୍ୟସ୍ତ ଥିବା ବେଳେ ସେ ନଦୀ ନିକଟକୁ ଯାଇ ସେଲଫି ନେଉଥିଲେ । ଏହି ସମୟରେ ଅନ୍ୟ ଜଣେ ଯୁବକ ସେହିପଟେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଅନୁପମାଙ୍କ ଦେହରେ ତାଙ୍କ ହାତ ବାଜିଯାଇଥିଲା । ଆଉ ଅନୁପମା ପାଣି ଭିତରକୁ ଖସି ପଡିଥିଲେ । ତାଙ୍କ ଚିତ୍କାର ଶୁଣି ଅନ୍ୟମାନେ ଚାହିଁଲା ବେଳକୁ ସେ ପାଣି ସୁଅରେ ଭାସି ଯାଇଥିଲେ । ବହୁ ଖୋଜାଖୋଜି ପରେ ତାଙ୍କ ମୃତ ଦେହ ମିଳିଥିଲା ।

ଅନୁପମାଙ୍କର ନିର୍ବନ୍ଧ ସରିଥିବା ବେଳେ ଆସନ୍ତା ମେ ମାସରେ ତାଙ୍କର ବିବାହ ହୋଇଥାନ୍ତା । ଏହି ଘଟଣାରେ ତାଙ୍କ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.