Latest Odisha News

BREAKING NEWS

ଦୁର୍ଘଟଣାର ୨୮ବର୍ଷ ପରେ ଘରେ ପହଞ୍ଚିଲା ଗିରଫ ୱାରେଣ୍ଟ, ନିର୍ଦ୍ଦେଶନାମା ଦେଖି କାନ୍ଦି ପକାଇଲେ ବୃଦ୍ଧ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରବାଙ୍କିରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ୨୮ ବର୍ଷ ପୂର୍ବେ ସେଠାରେ ହୋଇଥିବା ଏକ ବସ ଦୁର୍ଘଟଣାରେ ଏକ ମଇଁଷିର ମୃତ୍ୟୁ  ହୋଇଥିଲା । ଏବେ ଏହି ମାମଲାର ବିଚାର କରି ବରେଲି ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବାରବାଙ୍କି ନିବାସୀ ଜଣେ ୮୩ ବର୍ଷିୟ ବସ ଡ୍ରାଇଭର ଅଚ୍ଛନଙ୍କ ବିରୋଧରେ ଗିରଫ ପରୱାନା  ଜାରି କରିଛନ୍ତି। ନିର୍ଦ୍ଦେଶନାମାକୁ ନେଇ ବରେଲି ପୋଲିସ ବାରବାଙ୍କି ସ୍ଥିତ ବୃଦ୍ଧ ବସ ଡ୍ରାଇଭରଙ୍କ ଘରେ ପହଞ୍ଚିଥିଲା। ନିର୍ଦ୍ଦେଶନାମାକୁ ଦେଖିବା ମାତ୍ରେ ବୃଦ୍ଧାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଗିରଫ ନିର୍ଦ୍ଦେଶନାମା ସହ ପୋଲିସକୁ ଦେଖି ପକ୍ଷାଘାତରେ ପୀଡ଼ିତ ବୃଦ୍ଧ ବସ ଡ୍ରାଇଭର ପୋଲିସ ସାମ୍ନାରେ କାନ୍ଦି କାନ୍ଦି ଆତ୍ମରକ୍ଷା ପାଇଁ ଗୁହାରି କରିଥିଲେ । ବୃଦ୍ଧଙ୍କ ଏପରି ଅବସ୍ଥା ଦେଖି ପୋଲିସ ତାଙ୍କୁ କୋର୍ଟରେ ହାଜର ହେବାକୁ ଚେତାବନୀ ଦେଇ ସେଠାରୁ ଚାଲିଯାଇଥିଲା।

ପ୍ରାପ୍ତ ଖବର ଅନୁଯାୟୀ, ୧୯୯୪ ମସିହାରେ ଅଚ୍ଛନ ନାମକ ଏହି ଡ୍ରାଇଭର ବସ ନେଇ ଲୌକ୍ଷ୍ନରୁ ବରେଲି ଏବଂ ଫରିଦାପୁରକୁ ଯାଉଥିଲେ। ରାସ୍ତାରେ ଯାଉଥିବା ବେଳେ ହଠାତ ଏକ ମଇଁଷି ସହିତ ବସର ମୁହାଁମୁହିଁ ଧକ୍କା ହୋଇଥିଲା। ସେହି ଦୁର୍ଘଟଣାରେ ମଇଁଷିର ମୃତ୍ୟୁ ହୋଇଥିଲା। ସେତେବେଳେ ଫରିଦାପୁର ପୋଲିସ ଷ୍ଟେସନରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ଏହା ପରେ ବସ ଓ ଡ଼୍ରାଇଭରକୁ ଛାଡି ଦିଆଯାଇଥିଲା। କିଛିଦିନ ପରେ ବାରବାଙ୍କି ଡିପୋରୁ ଅବସର ନେଇଥିଲେ ଅଚ୍ଛନ ।

ସୋମବାର ହଠାତ୍ ଫରିଦାପୁର ପୋଲିସ ଷ୍ଟେସନର ଏସଆଇ ବିଜୟ ପାଲ ଆସି ଗିରଫ ୱାରେଣ୍ଟ ପେପର ଦେଖାଇଥିଲେ। ୱାରେଣ୍ଟ ଦେଖି ବୃଦ୍ଧ ଅଚ୍ଛନ କାନ୍ଦିବାକୁ ଲାଗିଲେ। ସେ ବର୍ତ୍ତମାନ ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି। ତାଙ୍କର ଏହି ଅବସ୍ଥା ଦେଖି କୋର୍ଟରେ ହାଜର ହେବାକୁ କହିଥିଲା ନଚେତ୍ ତାଙ୍କୁ ଗିରଫ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲା ପୋଲିସ ।

Leave A Reply

Your email address will not be published.