Latest Odisha News

BREAKING NEWS

ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ ହୋଇପାରେ ଧାରା ୩୭୦: ବିଜେପି ମୁଖ୍ୟ

ପୁଣେ: ବିଦ୍ୟାଳୟ ପାଠ୍ୟକ୍ରମରେ ଜମ୍ମୁ ଓ କାଶ୍ମୀରରେ ଉଚ୍ଛେଦ ହୋଇଥିବା ବହୁ ଚର୍ଚ୍ଚିତ ଧାରା ୩୭୦ ଅନ୍ତର୍ଭୃକ୍ତ ହେବାନେଇ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା ଇଙ୍ଗିତ ପ୍ରଦାନ କରିଛନ୍ତି ।

ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ସୋମବାର ସନ୍ଧ୍ୟାରେ ଶ୍ରୀ ନଡ୍ଡା କହିଛନ୍ତି ଯେ, ବିଶେଷକରି ଛାତ୍ରଛାତ୍ରୀମାନେ ଜାଣିବା ଜରୁରୀ ଯେ, ୩୭୦ ଧାରା ପଛରେ କ’ଣ ଐତିହାସିକ ତତ୍ତ୍ୱ ରହିଛି । କେଉଁ ପରିସ୍ଥିତିରେ ଜମ୍ମୁ ଓ କାଶ୍ମୀରରେ ଏହି ଧାରା ଲାଗୁ ହେଲା ଏବଂ ଲାଗୁ ହେବା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଭାରତୀୟ ଛାତ୍ରଛାତ୍ରୀମାନେ ଅବଗତ ହେବା ନିତାନ୍ତ ଆବଶ୍ୟକ ।

ଛାତ୍ରଛାତ୍ରୀମାନେ ଇତିହାସ ଜାଣିବା ଉଚିତ୍ । ଆମର ଆଗାମୀ ପିଢି ଜାଣିବା ଉଚିତ୍ ଯେ, ଏଠାରେ (ଜମ୍ମୁ ଓ କାଶ୍ମୀରରେ ଉଚ୍ଛେଦ) କ’ଣ ହେଲା ବୋଲି ଏହି ଖବର ସମ୍ପର୍କରେ ଏଏନଆଇ ରିପୋର୍ଟ ପ୍ରକାଶ କରିଛି ।

ଏହି ଧାରା ୩୭୦ ସମ୍ପର୍କୀତ ତଥ୍ୟ ବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ହେବ କି ନାହିଁ ସେନେଇ ଏହି ବରିଷ୍ଠ ବିଜେପି ନେତା ସ୍ପଷ୍ଟ କହିନଥିଲେ ମଧ୍ୟ ଏହା ପାଠ୍ୟକ୍ରମରେ ସାମିଲ ହେବା ନେି ଇଙ୍ଗିତ ପ୍ରକାଶ କରୁଛି ।

ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରି କେନ୍ଦ୍ରର ମୋଦୀ ସରକାର ସଂସଦର ଉଭୟ ଗୃହରେ ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ଲାଗି ବିଲ୍ ପାଶ୍ କରିଥିଲେ ।

ଏହି କ୍ରମରେ ଧାରା ୩୭୦ ଉଚ୍ଛେଦ ହେବା ସହିତ ଜମ୍ମୁ, କାଶ୍ମୀର ଏବଂ ଲଦାଖକୁ ୩ଟି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା ମଧ୍ୟ ସରକାରଙ୍କ ଦ୍ୱାରା କରାଯାଇଥିଲା ।

Leave A Reply

Your email address will not be published.