Latest Odisha News

BREAKING NEWS

ଆସାମର କଳାକାର ମେଡିସିନ୍‌, ସିରିଞ୍ଜରେ ତିଆରି କଲେ ମାଆ ଦୁର୍ଗାଙ୍କ କଳାକୃତି

ଗୌହାଟୀ: ଆସାମର ଜଣେ କଳାକାର ୩୦ ହଜାର ଏକ୍ସପାୟର୍ଡ ମେଡିସିନ ଓ ସିରିଞ୍ଜ ମାଆ ଦୁର୍ଗାଙ୍କ ମନୋଲୋଭା କଳାକୃତି ପ୍ରସ୍ତୁତ କରିଛନ୍ତି । ଧୁବରୀ ଅଂଚଳର ଏହି କଳାକାରଙ୍କ ନାମ ହେଲା ସଞ୍ଜୀବ ବସକ । ସେ ଏହା ପୂର୍ବରୁ ଦିଆସିଲ କାଠିରେ ଓ ତାରରେ ମାଆଙ୍କ ମୂର୍ତି କରିଥିଲେ । ଲକଡାଉନ ସମୟରେ ଅନେକ ମେଡିସିନ ଦୋକାନ ସେମାନଙ୍କ ଏକ୍ସପାୟର୍ଡ ମେଡିସିନ ଫୋପାଡି ଦେଉଥିଲେ । ଏହା ଦେଖି ସଞ୍ଜୀବ ଏଥିରୁ ମାଆଙ୍କ ମୂର୍ତି କରିବା ପାଇଁ ନିଷ୍ପତି ନେଇଥିଲେ ।

୩୭ ବର୍ଷୀୟ ଏହି କଳାକାର ଆସାମ ବୁକ୍ ଅଫ ରେକର୍ଡସ ସମେତ ଅନେକ ସମ୍ମାନ ପାଇଛନ୍ତି । ତାଙ୍କର ଏହି ନୂତନ କଳାକୃତି ସମେସ୍ତ ପସନ୍ଦ କରୁଛନ୍ତି । ୮ ବର୍ଷ ମଧ୍ୟରେ ସେ ମାଆଙ୍କ କଳାକୃତି ନୂତନ ଶୈଳୀରେ ପ୍ରସ୍ତୁତ କରି ସମସ୍ତଙ୍କ ମନ କିଣୁଛନ୍ତି ।

Leave A Reply

Your email address will not be published.