Latest Odisha News

BREAKING NEWS

୧ ଲକ୍ଷ ୭୨ ହଜାର ବର୍ଷ ପୁରୁଣା ନଦୀର ମିଳିଲା ସନ୍ଧାନ

ନୂଆଦିଲ୍ଲୀ: ମରୁଭୂମିରେ ହଜିଯାଇଥିବା ୧ ଲକ୍ଷ ବର୍ଷରୁ ଅଧିକ ପୁରୁଣା ନଦୀର ସନ୍ଧାନ ମିଳିଛି । ବିକାନୀର ନିକଟ ଥର ମରୁଭୂମିରେ ସୁପ୍ତ ହୋଇ ପଡିଥିିବା ଏହି ନଦୀକୁ ଖୋଜି ପାଇଛନ୍ତି ଅନ୍ତର୍ଜାତୀୟ ଗବେଷକ ଦଳ । ଗବେଷକଙ୍କ ସୂଚନା ଅନୁସାରେ ଏହି ନଦୀ ୧ଲକ୍ଷ ୭୨ ହଜାର ବର୍ଷ ପୁରୁଣା । ସେତେବେଳର ଲୋକଙ୍କ ପାଇଁ ଏହା ଲାଇଫ ଲାଇନ୍ ଥିଲା । ଜୀବନ ଜୀବିକା ପାଇଁ ହଜାର ହଜାର ଲୋକ ଏହି ନଦୀକୂଳକୁ ବାଛିଥିଲେ ।

କ୍ୱାଟେରନାରୀ ସାଇନ୍ସ ରିଭ୍ୟୁସ ଜର୍ଣ୍ଣାଲରେ ପ୍ରକାଶ ପାଇଥିବା ଖବର ଅନୁସାରେ, ପ୍ରାୟ ୮୦ ହଜାର ବର୍ଷ ତଳର ତଥ୍ୟ ମିଳିପାରିଛି । ନଦୀ କୂଳରେ ସାମାଜିକ ଜୀବନ ଗଢିଉଠିଥିବା ନେଇ ପୂର୍ବରୁ ୨୦୧୪ ଏବଂ ୨୦୧୯ରେ ଗବେଷଣାରୁ ତଥ୍ୟ ସାମ୍ନାକୁ ଆସିଥିଲା । ଜର୍ମାନୀର ମାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ୍ ଫର ଦା ସାଇନ୍ସ ଅଫ୍ ହ୍ୟୁମାନ ହିଷ୍ଟ୍ରି, ଚେନ୍ନାଇର ଆନ୍ନା ୟୁନିଭରସିଟି ଏବଂ କୋଲକାତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ଏଜୁକେସନ ଆଣ୍ଡ ରିସର୍ଚ୍ଚ ବିକାନୀର ନାଲ ଗ୍ରାମ ନିକଟରୁ ଜନବସତିର ଅବଶିଷ୍ଟାଂଶ ପାଇଥିଲେ ।

Leave A Reply

Your email address will not be published.