Latest Odisha News

BREAKING NEWS

[ଭିଡିଓ] ପ୍ରେମ ପ୍ରସ୍ତାବ ପ୍ରତ୍ୟାଖ୍ୟାନ, ୧୩ ସେକେଣ୍ଡରେ ୮ଥର ଛୁରାମାଡ

ଭୁବନେଶ୍ୱର: ଦିନ ଦ୍ୱିପହରେ ମରଣାନ୍ତକ ଆକ୍ରମଣ । ସିସିଟିଭିରେ କଏଦ ହେଲା ପ୍ରେମିକାକୁ ପ୍ରେମିକାର ଛୁରାମାଡ ଘଟଣା । ଏଭଳି ଘଟଣାର ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ତେବେ ଆଜିର ସମୟରେ ପ୍ରେମ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ନୀରିହ ଝିଅମାନଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ।

ବିହାର ଗୋପାଳଗଂଜ ଜିଲ୍ଲାରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ହୋଇଥିଲା ଲଗାତାର ଛୁରାମାଡ । ଛାତ୍ରୀଙ୍କର ଦୋଷ କେବଳ ଏତିକି ଥିଲା, ସେ ଜଣେ ଯୁବକଙ୍କ ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଛାତ୍ରୀ ଜଣକ ସ୍କୁଲରୁ ଫେରୁଥିବାବେଳେ ତାଙ୍କ ଏକତରଫା ପ୍ରେମିକ ଗୁଲଶନ ନିଜର କିଛି ବନ୍ଧୁଙ୍କ ସହ ରାସ୍ତାରେ ଜଗି ରହିଥିଲା । ପ୍ରଥମେ ଯୁକ୍ତିତର୍କ ଓ ପରେ ଏକତରଫା ପ୍ରେମିକ ଗୁଲଶନ କରିଥିଲା ସ୍କୁଲ ଛାତ୍ରୀ ଉପରେ ଅତର୍କିତ ଆକ୍ରମଣ । ଜାଣି ଚକିତ ହେବେ ସ୍କୁଲ ଛାତ୍ରୀଙ୍କୁ ମାତ୍ର ୧୩ ସେକେଣ୍ଡ ମଧ୍ୟରେ ୮ଥର ଛୁରାମାଡ କରିଥିଲା ଅଭିଯୁକ୍ତ ଗୁଲଶନ ।

ପୋଲିସ ରିପୋର୍ଟରୁ ଜଣାପଡିଛି ଗତ ରବିବାର ଏହି ଘଟଣା ଘଟିଥିଲାବେଳେ ଶନିବାର ଦିନ ମଧ୍ୟ ଛାତ୍ରୀ ଜଣକ ସ୍କୁଲରୁ ଫେରୁଥିବା ସମୟରେ ଗୁଲଶନ ଦୁର୍ବ୍ୟବହାର କରିଥିଲା । ଅନ୍ୟପଟେ ଗୁରୁତର ଭାବେ ଆହତ ଛାତ୍ରୀଙ୍କୁ ପ୍ରଥମେ ଗୋପାଳଗଂଜ ସଦର ହସସ୍ପିଟାଲ ଓ ପରେ ପଟନା ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୁଲଶନ ସମେତ ଅନ୍ୟ ସହଯୋଗୀ ଫେରାର ଥିବା ଜଣାପଡିଛି ।

Leave A Reply

Your email address will not be published.