Latest Odisha News

BREAKING NEWS

ଆଜି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ, ହିମନ୍ତ ବିଶ୍ୱଶର୍ମା: ୨୩ ରେ ଆସିବେ ଯୋଗୀ

ଭୁବନେଶ୍ୱର: ପ୍ରଚାର କରିବା ପାଇଁ ଓଡିଶା ଆସୁଛନ୍ତି ବିଜେପିର ବହୁ କେନ୍ଦ୍ରୀୟ ନେତା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୩ ତାରିଖରେ ଓଡ଼ିଶା ଆସିବେ। ଏହା ତାଙ୍କର ପ୍ରଥମ ନିର୍ବାଚନୀ ଗସ୍ତ ହେବ। ଯୋଗୀ ଆଦିତ୍ୟନାଥ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଲୀର କୁଳିଆ ମାର୍କେଟ ପଡିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

ସେହିପରି ଆଜି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଲୋକପ୍ରିୟ ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମ ଚରିତ୍ରରେ ଭୂମିକା ନିର୍ବାହ କରିଥିବା ସୁପ୍ରସିଦ୍ଧ ସିନେ ତାରକା ଅରୁଣ ଗୋଭିଲ ଓଡ଼ିଶା ଗସ୍ତରେ ଅଛନ୍ତି। ହିମନ୍ତ ବିଶ୍ୱଶର୍ମା ସକାଳ ୮.୩୦ରେ ସମ୍ବଲପୁର ଗସ୍ତ କରିବେ। ସେଠାରେ ସେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ସକାଳ ୦୯.୧୫ରେ ସମ୍ବଲପୁରଠାରେ ଥିବା ସ୍ୱର୍ଗତଃ ବିଜୁ ବରୁଆଙ୍କ ଜନ୍ମ ସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବେ। ଏହାପରେ ସେ ଦେବଗଡଠାରେ ପୂର୍ବାହ୍ନ ୧୦.୩୦ରେ ‘ରୋଡ୍ ଶୋ’ରେ ଯୋଗ ଦେବେ। ମଧ୍ୟାହ୍ନ ୧.୩୦ରେ ଚମ୍ପୁଆ ନିର୍ବାଚନମଣ୍ଡଳୀର ବଡବିଲ, ଅପରାହ୍ଣ ୩ ଟାରେ ଚୌଦ୍ୱାର ଏବଂ ଅପରାହ୍ଣ ୪ଟାରେ ବଡମ୍ବାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷରେ ଆଜି ପୂର୍ବାହ୍ନ ୧୦.୪୫ରେ କେନ୍ଦୁଝରର ଚମ୍ପୁଆ, ମଧ୍ୟାହ୍ନ ୧୨.୧୫ରେ ତେଲକୋଇଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ଅରୁଣ ଗୋଭିଲ। ଆଜି ପୂର୍ବାହ୍ନ୧୦.୪୫ରେ କେନ୍ଦୁଝରର ଚମ୍ପୁଆ, ମଧ୍ୟାହ୍ନ ୧୨.୧୫ରେ ତେଲକୋଇଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ଗୋଭିଲ ଅପରାହ୍ନ ୧.୩୦ରେ ଢେଙ୍କାନାଳଠାରେ ଅନୁଷ୍ଠିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ସେ ଅପରାହ୍ନ ୩ଟାରେ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ।

ସେହିପରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ୨୩ ତାରିଖ ପୂର୍ବାହ୍ନ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ନ ୧୨.୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳିଠାରେ, ଅପରାହ୍ନ ୧.୩୦ରେ ବଡଚଣା ଏବଂ ଅପରାହ୍ଣ ୩.୩୦ରେ ବାଲିକୁଦା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ।

Leave A Reply

Your email address will not be published.