Latest Odisha News

BREAKING NEWS

ଆଇଇଏସ, ଆଇଏସଏସ ଏବଂ ସିଏମଏସ ପରିକ୍ଷା ପାଇଁ କାର୍ଯ୍ୟସୂଚୀ ଜାରି କଲା ୟୁପିଏସସି

ନୂଆଦିଲ୍ଲୀ: ଭାରତୀୟ ଆର୍ଥିକ ସେବା (ଆଇଇଏସ), ଭାରତୀୟ ପରିସଂଖ୍ୟାନ ସେବା (ଆଇଏସଏସ) ଏବଂ ମିଳିତ ଚିକିତ୍ସା ସେବା (ସିଏମଏସ) ପରିକ୍ଷା ୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି କଲା ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (ୟୁପିଏସସି) । ଏନେଇ ୟୁପିଏସସିର ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଏପ୍ରିଲ ୧୦ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଏଥିଲାଗି ଆଶାୟୀ ଛାତ୍ରଛାତ୍ରୀ ମାନେ ଆବେଦନ କରିସାରିଛନ୍ତି । ବର୍ତ୍ତମାନ ଏହି ପରିକ୍ଷା ନିମନ୍ତେ କାର୍ଯ୍ୟସୂଚୀ ଜାରି କରିଛି ୟୁପିଏସସି ।

ସୂଚନା ଅନୁସାରେ, ୟୁପିଏସସିର ଆଇଇଏସ/ଆଇଏସଏସ ନିଯୁକ୍ତି ପାଇଁ ପରୀକ୍ଷା ୨୧, ୨୨ ଏବଂ ୨୩ ଜୁନ୍ ୨୦୨୪ରେ ହେବାକୁ ଥିବାବେଳେ ସିଏମଏସ ପରୀକ୍ଷା ୧୪ ଜୁଲାଇ ୨୦୨୪ରେ କରାଯିବ । ଏହି ପରୀକ୍ଷା ଦୁଇଟି ସିଫ୍ଟରେ କରାଯିବ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପରୀକ୍ଷାର କିଛି ଦିନ ପୂର୍ବରୁ ୟୁପିଏସସି ଦ୍ୱାରା ପ୍ରଦାନ କରାଯିବ । ଏହା ପରେ ଆବେଦନକାରୀ ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଆବଶ୍ୟକ ବିବରଣୀ ଏଣ୍ଟ୍ରି କରି ଏହାକୁ ଡାଉନଲୋଡ୍ କରିପାରିବେ । ଆଡମିଟ୍ କାର୍ଡ ଏବଂ ପରିଚୟ ପତ୍ର ବିନା, ଆପଣଙ୍କୁ ପରୀକ୍ଷା ହଲରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

ୟୁପିଏସସି ତରଫରୁ ଆଇଇଏସର ୧୮ ଟି ଏବଂ ଆଇଏସଏସର ୩୦ ଟି ଏବଂ ସିଏମଏସର ୮୨୭ଟି ଥିବା ଖାଲି ପଦବୀରେ ନିଯୁକ୍ତି କରାଯିବ । ନିଯୁକ୍ତି ସମ୍ବନ୍ଧୀୟ ଅନ୍ୟାନ୍ୟ ବିବରଣୀ ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଯାଇ ଦେଖିପାରିବେ ।

 

Leave A Reply

Your email address will not be published.