Latest Odisha News

BREAKING NEWS

ରାମଲଲାଙ୍କ ଜୀବନ୍ତ ଆଖି ଓ ହସର ରହସ୍ୟ ଖୋଲିଲେ ଯୋଗୀରାଜ

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭକ୍ତମାନେ ପ୍ରଭୂଙ୍କ ଚେହେରା ଦେଖି ବିଭୋର ହୋଇ ଉଠିଛନ୍ତି । ଶ୍ରରାମଙ୍କ ବାଳସ୍ୱରୂପ ମୂର୍ତିର ଜୀବନ୍ତ ଆଖି ଓ ହସ ଅନେକଙ୍କୁ ଭାବପ୍ରବଣ କରି ଦେଇଛି । ମୂର୍ତି ତିଆରି କରିଥିବା କାରୀଗର ଅରୁଣ ଯୋଗୀରାଜ ଢ଼ଳଢ଼ଳ ଆଖିର ରହସ୍ୟ ଖୋଲିଛନ୍ତି । ସେ କହିଛନ୍ତି ଭଗବାନ ଶ୍ରୀରାମ ମୋତେ ଯେପରି ନିର୍ଦ୍ଦେଶ ଦେଲେ ମୁଁ ସେପରି ମୂର୍ତି ପ୍ରସ୍ତୁତ କଲି । ଏହାକୁ ତିଆରି କରିବା ପାଇଁ ମୋତେ ସାତ ମାସ ସମୟ ଲାଗିଥିଲା । ଏହି ସମୟ ମଧ୍ୟରେ ମୁଁ ଦୁନିଆରୁ ଏକ ପ୍ରକାର ନିଜକୁ ଅଲଗା କରି ଦେଇଥିଲି । ଆମ ପରିବାର ୩୦୦ ବର୍ଷ ହେବ ମୂର୍ତି ନିର୍ମାଣ କରୁଛନ୍ତି । ମୁଁ ଭାଗ୍ୟବାନ ଯେ, ମୋ ମୂର୍ତି ପସନ୍ଦ କରାଗଲା ।

ପିଲାମାନଙ୍କ ସହିତ ଅଧିକରୁ ଅଧିକ ସମୟ କାଟିଥାଏ । ଏପରିକି ସ୍କୁଲ ନିକଟକୁ ସେମାନଙ୍କ ହସକୁ ଅନୁଧ୍ୟାନ କରିଥାଏ । ସେ ଏକ ରହସ୍ୟ ଉଜାଗର କରି କହିଛନ୍ତି ଯେ, ପ୍ରାଣ ପ୍ରତିଷ୍ଠା ପରେ ମୂର୍ତି ଜୀବିତ ହେଲା ପରି ଲାଗୁଛି । ସେ କହିଛନ୍ତି ମୂର୍ତି ତିଆରି କଲା ବେଳେ ଏକ ମାଙ୍କଡ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଘର ନିକଟକୁ ଆସିଥାଏ । ଏହାର ରହସ୍ୟ ଏବେ ବି ମୁଁ ବୁଝିପାରୁ ନାହିଁ । ଏ ସମ୍ପର୍କରେ ଯେତେବେଳେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କୁ ପଚାରିଲି ସେ ହସି କରି କହିଥିଲେ ବାନର ବୋଧେ ପ୍ରଭୂଙ୍କୁ ଦେଖିବାକୁ ଚାହୁଁଥିଲା ।

Leave A Reply

Your email address will not be published.