Latest Odisha News

BREAKING NEWS

୪୮ଘଣ୍ଟା ପରେ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର

ପାଲକ୍କଡ(କେରଳ): ୪୮ଘଣ୍ଟା ପରେ କେରଳ ପାଲକ୍କଡ ଜିଲ୍ଲାର ଏକ ପାହଡରେ ଫସିଥିବା ଟ୍ରେକର ଉଦ୍ଧାର । ଦୁଇ ଦିନ ବିନା ଖାଦ୍ୟ ଓ ପାଣିରେ ଜୀବନ ସହ ସଂଘର୍ଷ କରୁଥିବା ୨୩ ବର୍ଷୀୟ ଟ୍ରେକରଙ୍କୁ ଆଜି ଉଦ୍ଧାର କରିଛି ଭାରତୀୟ ସେନା । ତାଙ୍କ ପାଖରେ ସେନାର ଗୋଟିଏ ଟିମ୍ ପହଞ୍ଚିଥିଲେ । ତାଙ୍କୁ ପ୍ରଥମେ ଖାଇବାକୁ ଦିଆଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍ ।

ଉଦ୍ଧାର ହୋଇଥିବା ଟ୍ରେକରଙ୍କ ନାଁ ଆର୍. ବାବୁ । କେରଳର ପାଲକ୍କଡ ଜିଲ୍ଲାର ପାହାଡ଼ରେ ଗତ ସୋମବାରଠୁ ସେ ଫସି ରହିଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ସେନାକୁ ଅନୁରୋଧ କରିଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ୍ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଓ୍ୱେଲିଟନରୁ ସେନାର ୧୨ ଜଣିଆ ଟିମ୍ । ଗତକାଲି ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ୍ ।

ଆର୍. ବାବୁ ସାଙ୍ଗମାନଙ୍କ ସହ ପାଲକ୍କଡ ଜିଲ୍ଲା ଛେରାଡୁ ଅନ୍ତର୍ଗତ କୁରୁମବାଚୀ ପାହାଡ଼କୁ ଟ୍ରେକିଂରେ ଯାଇଥିଲେ । ଏତିକିବେଳେ ପଥରରେ ପାଦ ଖସିଯିବାରୁ ପାହାଡ଼ ଖୋଲ ପାଖରେ ଫସି ରହିଥିଲେ । ଅନ୍ୟମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟ କରିଥିଲେ ବି ସଫଳ ହୋଇ ନଥିଲେ । ଏପରିକି ହେଲିକପ୍ଟର ଯୋଗେ ଉଦ୍ଧାର ବି ସମ୍ଭବ ହୋଇ ପାରି ନଥିଲା । ଦୁଇ ଦିନ ଭୋକ ଉପାସରେ ରହିବା ପରେ ଉଦ୍ଧାର ପାଇଛନ୍ତି ଯୁବ ଟ୍ରେକର ।

Comments are closed, but trackbacks and pingbacks are open.