Latest Odisha News

BREAKING NEWS

ଦିଲ୍ଲୀରେ କାରୋନା ଯୋଦ୍ଧାଙ୍କ ମୃତ୍ୟୁରେ ୧କୋଟି ଟଙ୍କାର ସହାୟତା ରାଶି ଘୋଷଣା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ମହାମାରୀ ସହ ଲଢ଼ିବାକୁ ଆଗଧାଡିର ଯୋଦ୍ଧା ସାଜିଛନ୍ତି ପୋଲିସ । ଏମାନେ ପ୍ରତିଦିନ କରୋନା ସହ ଲଢ଼ୁଛନ୍ତି ।

ସାଧାରଣ ଜନତାକୁ ଘରେ ସୁରକ୍ଷିତ ରଖିବାକୁ ଯାଇ ଦିନ ରାଜି ରାଜରାସ୍ତାରେ ଜଗି ବସୁଛନ୍ତି। ଏମିତି ଜଣେ ଯୋଦ୍ଧା ହେଉଛନ୍ତି ଦିଲ୍ଲୀ ପୋଲିସରେ କାର‌୍ୟ୍ୟରତ ଥିବା କନଷ୍ଟେବଳ ଅମିତ।

ସେ ଦିଲ୍ଲୀରେ କାର୍ଯ୍ୟରତ ଥିବା ବେଳେ ନିଜେ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ କରୋନାରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।
ଏବେ ତାଙ୍କର ମୃତ୍ୟୁ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ ।

Leave A Reply

Your email address will not be published.