Latest Odisha News

BREAKING NEWS

କ୍ୱାରେଣ୍ଟିନ ସେଣ୍ଟରରେ ରହିଛି ବ୍ୟାପକ ଅବ୍ୟବସ୍ଥା: ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: ପ୍ରବାସୀଙ୍କ ଫେରିବା ପ୍ରସଙ୍ଗ ଏବଂ କ୍ୱାରେଂଟିନ ସେଂଟରକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି, ସାରା ରାଜ୍ୟରେ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ରାଜ୍ୟରେ ସଂକ୍ରମଣ ବଢ଼ୁଛି । ଟେଷ୍ଟି କରି ଆଣିବାକୁ ପ୍ରଥମରୁ କୁହାଯାଇଥିଲା କିନ୍ତୁ ତାହା ରାଜ୍ୟ ସରକାର କଲେନି ବୋଲି ସେ ଅଭିଯୋଗ ଉଠାଇଛନ୍ତି ।

ସେ ଆହୁରି କହିଛନ୍ତ, ଶ୍ରମିକ ଘର ମୁଁହା ହୋଇଛନ୍ତି କିନ୍ତୁ ସେମାନଙ୍କ ପାଇଁ ଯେମିତି ବ୍ୟବସ୍ଥା ହେବା କଥା ହେଉନି। ଗୋଟିଏ ଗାଡ଼ିରେ ୨୫ ରୁ ୩୫ ଆଣିବା କଥା । ୬୦ ରୁ ୭୦ ଆଣୁଛନ୍ତୁ । ଏହାଦ୍ୱାରା ସଂକ୍ରମଣ ବଢ଼ୁଛି ।

ଏଥିସହ କ୍ୱାରେଂଟିନ ସେଂଟର ଗୁଡିକରେ ମଧ୍ୟ ବ୍ୟପକ ଅବ୍ୟବସ୍ଥା ରହିଛି । ସବୁ କେନ୍ଦ୍ରରେ ପଙ୍ଖା ଚାଲିବା ବ୍ୟବସ୍ଥା କରାଯାଉ । ଖରା ଦିନେ ଫ୍ୟାନ୍ ନଥିଲେ ସେମାନେ ଗୋଟିଏ ଘରେ କେମିତି ରହିବେ । ମେନୁ ଅନୁସାରେ ଖାଇବାକୁ ଦିଆଯାଉ । ଅରୁଚି କର ଯୋଗୁଁ ସେମାନେ ଖାଦ୍ୟ ପିଙ୍ଗୁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ।

Leave A Reply

Your email address will not be published.