Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ

କଳାହାଣ୍ଡି  : ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ । କଳାହାଣ୍ଡି ଏସ୍‌ପି ଏମ୍‌ ଶ୍ରବଣା ବିବେକ ଏବଂ ଡିଆଇଜିଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ । ଲାଳସୁ ବହୁ ହିଂସାକାଣ୍ଡରେ ସାମିଲ ଥିବା ସୂଚନା ।

ଖବର ଅନୁଯାୟୀ, ମାଓବାଦୀ ଲାଳସୁର ବୟସ ୩୦ ବର୍ଷ ହୋଇଥିବା ବେଳେ ୨୦୦୯ ମସିହାରେ ସେ ମାଓ ସଂଗଠନରେ ଯୋଗ ଦେଇଥିଲେ ।  ସେ ୨ ବର୍ଷ ହେବ ଛତିଶଗଡ଼ରେ ରହିବା ପରେ ୨୦୧୧ରେ ଓଡିଶା ଆସିଥିଲେ । ଗତ ୧୧ ବର୍ଷ ଧରି ଓଡିଶାରେ କାମ କରୁଥିଲେ ।

ଛତିଶଗଡ଼ ଏରିଆ କମିଟିର ସେକ୍ରେଟାରୀ ମଧ୍ୟଥିଲେ । ତାଙ୍କ ଘର ଗଙ୍ଗଲୋର ଥାନା ଛତିଶଗଡ଼ର ବୋଲି ସୂଚନା ମିଳିଛି। ପୂର୍ବରୁ ସେ ବିଭିନ୍ନ ମାଓବାଦୀ ସଂଗଠନ ସହ ସକ୍ରିୟ ରହିଥିବା ବେଳେ ତାଙ୍କ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରହିଥିଲା ।

କଳାହାଣ୍ଡିର ବିଭିନ୍ନ ମାଓବାଦୀ ଘଟଣା ଯେପରି ୨୦୧୬ରେ ମନାସ୍କା, ୨୦୧୭ରେ ଭଟାଙ୍ଗପଦର, ୨୦୧୯ରେ ତୁର୍କେ, ୨୦୧୯ରେ କୋଟଲ ଘାଟି ଏବଂ ୨୦୨୦ରେ ଶୋଷପଦର ଘଟଣାରେ ସମ୍ପୃକ୍ତ ଥିଲେ ନେଇ ଡ଼ିଆଇଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.