Latest Odisha News

BREAKING NEWS

ପରଲୋକରେ ରାମାୟଣ ଧାରାବାହିକର ରାବଣ, ଅରବିନ୍ଦ ତ୍ରିବେଦୀ

ମୁମ୍ବାଇ: ରମାନନ୍ଦ ସାଗରଙ୍କ ସୁପରହିଟ୍ ସିରିଏଲ ମହାଭାରତରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କର ଦେହାନ୍ତ ହୋଇଛି । ଗତକାଲି ରାତିରେ ମୁମ୍ୱାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଗତକାଲି ହୃଦଘାତରେ ସେ ପ୍ରାଣ ହରାଇଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଅରବିନ୍ଦ ତ୍ରିବେଦୀଙ୍କ ବିୟୋଗରେ ଟିଭି ଓ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ବହୁ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ମଧ୍ୟପ୍ରଦେଶର ମୂଳ ବାସିନ୍ଦା ଅରବିନ୍ଦ ତ୍ରିବେଦୀ । ଫିଲ୍ମ ‘ପରାୟା ଧନ’ରୁ ସେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । କିଛି ହିନ୍ଦୀ ଓ ଗୁଜରାଟୀ ଫିଲ୍ମରେ ସେ ଅଭିନୟ ବି କରିଥିଲେ ।

ଅରବିନ୍ଦ ତ୍ରିବେଦୀ ପାଖାପାଖି ୩୦୦ ଫିଲ୍ମରେ କାମ କରିଛନ୍ତି । ‘ରାମାୟଣ’ ସିରିଏଲ୍ ସହ ‘ବିକ୍ରମ ଔର ବେତାଲ’ରେ ବି ଗୁରୁତ୍ୱପୂର୍ଣ୍ଣ କ୍ୟାରେକ୍ଟରରେ ନଜର ଆସିଥିଲେ । ଗୁଜରାଟୀ ଫିଲ୍ମରେ ଅଭିନୟ ପାଇଁ ବହୁ ସମ୍ମାନର ଅଧିକାରୀ ହୋଇଥିଲେ ଅରବିନ୍ଦ ତ୍ରିବେଦୀ । ଏଥିସହ ରାଜନୀତି ମୈଦାନରେ ବି ପାଦ ଥାପିଥିଲେ । ୧୯୯୧ରେ ଗୁଜରାଟର ସାବରକାନ୍ଥା ଲୋକସଭା ଆସନରୁ ବିଜେପି ଟିକେଟରେ ବିଜୟୀ ହୋଇ ସଂସଦକୁ ଯାଇଥିଲେ ।

Comments are closed.