Latest Odisha News

BREAKING NEWS

ରାହୁଲ ଗାନ୍ଧିଙ୍କୁ ମିଳିଲାନି ହିଂସା କ୍ଷତିଗ୍ରସ୍ତ ଲଖିମପୁର ଯିବାକୁ ଅନୁମତି

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତରପ୍ରଦେଶର ଲଖିମପୁରକୁ ନେଇ ରାଜନୀତି ଜୋର ଧରୁଛି । ବିବାଦ କମୁନି । ପ୍ରିୟଙ୍କା ଗାନ୍ଧି ଗିରଫ ହୋଇଥିବା ବେଳେ ରାହୁଲ ଗାନ୍ଧିଙ୍କୁ ହିଂସାକାଣ୍ଡ ଘଟିଥିବା ସ୍ଥାନକୁ ଯିବା ପାଇଁ ଅନୁମତି ମିଳିଲା ନାହିଁ । ଅନୁମତି ଦେବାକୁ ମନା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଆଜି ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ଏକ ଟିମ୍ ଲଖିମପୁର ଖେରି ଯିବାର ଥିଲା ।

ରାହୁଲଙ୍କ ନେତୃତ୍ୱାଧୀନ ଟିମରେ ସଚିନ ପାଇଲଟ, ଚରଣଜିତ ସିଂହ ଚନ୍ନି, ଭୂପେଶ ବାଘେଲ ଓ କେ. ସି, ବେନୁଗୋପାଳ ଯିବାର ଥିଲା । ସେମାନଙ୍କ ଟିମ୍ ଚାଷୀ ଆନ୍ଦୋଳନ ବେଳେ ହିଂସାକାଣ୍ଡରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଧାରା ୧୪୪ ଲାଗିଥିବାରୁ ସେଠାକୁ ଯିବାକୁ ଅନୁମତି ମିଳିନାହିଁ ।

ସେପଟେ ଲଖିମପୁର ଖେରିକୁ ନେଇ ରାଜନୀତି ତୀବ୍ର ହୋଇଛି । ବିରୋଧୀ ଏକାଠୀ ହେଉଛନ୍ତି । ଗତକାଲି ଶିବସେନା ନେତା ସଞ୍ଜୟ ରାଉତ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ବିରୋଧୀଙ୍କ ମିଳିତ ଷ୍ଟ୍ରାଟେଜୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିପରି ହିଂସାକାଣ୍ଡ ପରେ ଆପ୍, ବିଏସପି ଓ ସମାଜବାଦୀ ପାର୍ଟିର ବହୁ ନେତାଙ୍କୁ ବି ଅଟକ ରଖିଛି ଉତ୍ତରପ୍ରଦେଶ ପୋଲିସ ।

Leave A Reply

Your email address will not be published.