Latest Odisha News

BREAKING NEWS

୪ ବର୍ଷ ଧରି ଡ୍ରଗ୍ସ କାରବାର ସହ ଜଡ଼ିତ ଥିଲେ ଆର୍ୟନ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହେବା ପରେ ଆର୍ୟନ ଖାନଙ୍କୁ ପଚରାଉଚରା ବେଳେ କାନ୍ଦି ପକାଇଥିଲେ ଆର୍ୟନ। ଏହାସହିତ ଗତ ୪ ବର୍ଷ ଧରି ସେ ଡ୍ରଗ୍ସ କାରବାର ସହିତ ଜଡ଼ିତ ଥିବା ମଧ୍ୟ କହିଛି ଏନ୍‌ସିବି। ରବିବାର ଦିନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା।

ଏନସିବି ସରକାରୀ ସୂତ୍ରରୁ ଜଣାପଡିଛି ଯେ ପଚରାଉଚରା ବେଳେ ଆର୍ୟନ ଖାନ କ୍ରମାଗତ ଭାବରେ କାନ୍ଦୁଥିଲେ। ପଚରାଉଚରା ବେଳେ ଏହା ଆହୁରି ଜଣାପଡିଥିଲା ​​ଯେ ଆର୍ୟନ ପ୍ରାୟ ୪ ବର୍ଷ ଧରି ଡ୍ରଗ୍ସ କାରବାର ସହିତ ଜଡ଼ିତ ଥିଲେ।

ଏନସିବି ସୂତ୍ରରୁ ପ୍ରକାଶ ଯେ ଆର୍ୟନ ବ୍ରିଟେନ, ଦୁବାଇ ଏବଂ ଅନ୍ୟାନ୍ୟ ଦେଶରେ ଥିଲେ ମଧ୍ୟ ସେ ଡ୍ରଗ୍ସ ବ୍ୟବହାର କରୁଥିଲେ। ଆର୍ଯ୍ୟନ୍ ବ୍ୟତୀତ ତାଙ୍କ ୭ ଜଣ ଘନିଷ୍ଠ ବନ୍ଧୁଙ୍କ ମଧ୍ୟ ଡ୍ରଗ୍ସ ମାମଲାରେ ଏନ୍‌ସିବି ଗିରଫ କରିଛି।

Comments are closed.