Latest Odisha News

BREAKING NEWS

ଆର୍ଯନଙ୍କୁ ମିଳିଲାନି ଜାମିନ, ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି

ମୁମ୍ବାଇ : ପୁଣି ଥରେ ଘୁଞ୍ଚିଲା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ଆଜି ସେସନ କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ୟନଙ୍କୁ ମିଳିପାରିନି ଜାମିନ । ଆର୍ଯନଙ୍କ ଜାମିନ ଶୁଣାଣିକୁ ଆସନ୍ତାକାଲି ଯାଏଁ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । ଆର୍ୟନଙ୍କ ଆଇନଜୀବୀ ଓ ଏନସିବି ମଧ୍ୟରେ ଦୀର୍ଘ ଘଣ୍ଟାର ତର୍କ ବିତର୍କ ପରେ କୋର୍ଟ ନିଜ ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି ଅପରାହ୍ନରେ ପୁଣି ହେବ ଜାମିନର ଶୁଣାଣି ।

ଶୁଣାଣି ଆରମ୍ଭ ହେବା ମାତ୍ରେ କୋର୍ଟରେ ନିଜ ନିଜ ପକ୍ଷର ଦସ୍ତାବିଜ ରଖିଥିଲେ ଏନସିବି ଓ ଆର୍ୟନଙ୍କ ଆଇନଜୀବୀ । ଆର୍ଯନ୍‌ ଖାନଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଆର୍ଯନଙ୍କ ଠାରୁ କିଛି ବି ଡ୍ରଗ୍ସ ମିଳିନାହିଁ । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ହେଲେ ଆର୍ଯନ୍‌ ଖାନଙ୍କ ଜାମିନକୁ ବିରୋଧ କରିଥିଲା ଏନସିବି । ମାମଲାରେ ଗିରଫ ହୋଇଥିବା ଆର୍ଯନ ଖାନ୍ ଓ ଅନ୍ୟମାନଙ୍କ ବିଷୟରେ ଯୁକ୍ତି ବାଢ଼ିଥିଲା ଏନସିବି । ଅନେକ ସମୟର ତର୍କ ବିତର୍କ ପରେ କୋର୍ଟ ଜାମିନ ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଚନ୍ତି । ଏଥିସହ ଆଜି ରାତି ଜେଲରେ କାଟିବେ ଆର୍ଯନ ଖାନ୍ । ଗତ ୧୧ ତାରିଖରେ ଆର୍ଯନଙ୍କ ଓକିଲ ଜାମିନ ଆବେଦନ କରିଥିଲେ ମଧ୍ୟ ଶୁଣାଣିକୁ ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ କୋର୍ଟ । ହେଲେ ଆଜି ପୁଣି ହୋଇପାରିନି ଜାମିନ ଶୁଣାଣି । ଆସନ୍ତାକାଲି ଆର୍ଯନଙ୍କୁ ଜାମିନ ମିଳିବ ନା ଜେଲ ଯିବେ, ତାଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.