Latest Odisha News

BREAKING NEWS

ଏମ୍ସରେ ଭର୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂଙ୍କୁ ଆଜି ଏମ୍ସରେ ଭର୍ତି କରାଯାଇଛି । ୨ ଦିନ ଜ୍ୱର ହେବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ଘଟିଥିଲା । ଫଳରେ ସନ୍ଧ୍ୟା ୬ଟା ବେଳେ ତାଙ୍କୁ ଏମ୍ସକୁ ନିଆ ଯାଇଥିଲା । ସେଠାରେ ତାଙ୍କର କେତେଗୁଡିଏ ଟେଷ୍ଟ ମଧ୍ୟ କରାଯାଇଛି ।

ପୂର୍ବରୁ ଏପ୍ରିଲରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ ।ଏମ୍ସରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ତେବେ ବର୍ତମାନ ଏ ନେଇ କୌଣସି ରିପୋର୍ଟ ଆସି ନାହିଁ । ସୂଚନାଯୋଗ୍ୟ ମନମୋହନ ସିଂ ସୁଗାର ରୋଗରେ ଆକ୍ରାନ୍ତ, ତାଙ୍କର ୨ଥର ବାୟପାସ ସର୍ଜରୀ ମଧ୍ୟ ହୋଇଛି ।

Leave A Reply

Your email address will not be published.