Latest Odisha News

BREAKING NEWS

ସମୁଦ୍ରରେ ଲୀନ ହେବ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା!

ଦୈନିକ ଜଳ ପତ୍ତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳ ଭାଗକୁ ମାଡ଼ି ଆସୁଛି । କୂଳ ଗୁଡ଼ିକ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି । ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାର ମାତ୍ର ୧୦୦ ମିଟର ପାଖକୁ ମାଡ଼ି ଆସିଲାଣି ସମୁଦ୍ର । ଏପଟେ ସାମୁଦ୍ରିକ ଥାନାର ପାଚେରୀ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବାରୁ କେତେବେଳେ ସମୁଦ୍ର ଗର୍ଭରେ ଏହି ଥାନାଟି ଲୀନ ହୋଇଯାଇପାରେ ।

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଉପକୂଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଏବଂ ଚିକିଟି ବ୍ଲକର କେତେକ ଅଞ୍ଚଳ ଧିରେଧିରେ ସମୁଦ୍ର ଗର୍ଭକୁ ଚାଲିଯାଉଛି । ଏଥିରେ ଯୋଡ଼ି ହେବାକୁ ଯାଉଛି ଛତ୍ରପୁର ବ୍ଲକରେ ଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ।

ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେଉଥିବାରୁ ଆଗାମୀ ଦିନରେ ଏହି ଥାନାଟି ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ରହିଛି । କେବଳ ସାମୁଦ୍ରିକ ଥାନା ନୁହେଁ, ସମୁଦ୍ର ଦିନକୁ ଦିନ କୂଳ ଲଂଘୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଂଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ହେବାରେ ଲାଗିଲେଣି ।

 

ଦୈନିକ ଜଳ ପତ୍ତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳ ଭାଗକୁ ମାଡ଼ି ଆସୁଛି । କୂଳ ଗୁଡ଼ିକ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି । ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାର ମାତ୍ର ୧୦୦ ମିଟର ପାଖକୁ ମାଡ଼ି ଆସିଲାଣି ସମୁଦ୍ର । ଏପଟେ ସାମୁଦ୍ରିକ ଥାନାର ପାଚେରୀ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବାରୁ କେତେବେଳେ ସମୁଦ୍ର ଗର୍ଭରେ ଏହି ଥାନାଟି ଲୀନ ହୋଇଯାଇପାରେ ।

 

ସମୁଦ୍ର ଅଶାନ୍ତ ହେଲେ ପାଚେରୀରେ ଜୁଆର ମାଡ଼ ହେଉଛି । ପାଚେରୀ ସଂପୂର୍ଣ୍ଣ ନଷ୍ଟ ହୋଇଗଲାଣି । ଏଣୁ କେଉଁ ସମୟରେ ଯେ ଥାନାଟି ସମୁଦ୍ର ଗର୍ଭରେ ଲୀନ ହୋଇଯିବ, ତାହା ଆଶଙ୍କିତ।

 

ତେବେ ଏନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି ଯେ, ଥାନାକୁ ସ୍ଥାନାନ୍ତର କରାଯିବ । ଆର୍ଯ୍ୟପଲ୍ଲୀ ଠାରେ ନୂତନ କୋଠା ନିର୍ମାଣ ପାଇଁ ଜାଗା ଚିହ୍ନଟ କରାଯାଇଛି । ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏସ୍‌ପି ରାୟ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.