Latest Odisha News

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫, ସୁସ୍ଥ ହେଲେଣି ୧୧୫

ନୂଆଦିଲ୍ଲୀ: ଦେଶରେ ମାଡୁଛି ଓମିକ୍ରନ୍ । ସଂକ୍ରମିତଙ୍କ ସଂଖ୍ୟା ବଢଛି । ବର୍ତ୍ତମାନ ସୁଦ୍ଧା ୧୭ ରାଜ୍ୟରୁ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ନୂଆ ଭାରିଆଣ୍ଟ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସବୁଠୁ ଅଧିକ ପଜିଟିଭ୍ ବାହାରିଛନ୍ତି ମହାରାଷ୍ଟ୍ରରୁ । ସେଠାରୁ ୧୦୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦିଲ୍ଲୀରୁ ୭୯, ଗୁଜରାଟରୁ ୪୩, ତେଲେଙ୍ଗାନାରୁ ୩୮ ଜଣ ଓମିକ୍ରନ୍ ପଜିଟିଭ୍ ବାହାରିଛନ୍ତି । କେରଳରେ ନୂଆ ଭାରିଆଣ୍ଟରେ ୩୭ ଓ ତାମିଲନାଡୁରେ ୩୪ ଜଣ ସଂକ୍ରମିତ ହୋଇଛନ୍ତି । ଉତ୍ତର-ପୂର୍ବାଞ୍ଚଳର କୌଣସି ରାଜ୍ୟରୁ ଆକ୍ରାନ୍ତ ଟିହ୍ନଟ ହୋଇ ନାହାନ୍ତି । ୪୧୫ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହେଲେଣି ।

Leave A Reply

Your email address will not be published.