Latest Odisha News

BREAKING NEWS

ସେବାଶ୍ରମରେ ଅଭାବନୀୟ ଘଟଣା: ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ମାଲକାନଗିରି:ପର୍କନମାଳା ଆଶ୍ରମ ବିଦ୍ୟାଳୟରେ ଘଟିଛି ଦୁଃଖଦ ଘଟଣା। ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଜଣେ ଛାତ୍ରୀଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ନାମ ରଶ୍ମିତା ହନ୍ତାଳ । ତେବେ କେଉଁ ପରିସ୍ଥିତିରେ ଏବଂ କ’ଣ କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଲା, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣା ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର କହିଛନ୍ତି ଯେ,ତଦନ୍ତ ପରେ ହିଁ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏହି ଘଟଣା ଆଶ୍ରମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରଶ୍ନକୁ ପୁଣି ସାମ୍ନାକୁ ଆଣିଛି। ତଦନ୍ତର ଅଗ୍ରଗତି ଏବଂ ମୃତ୍ୟୁର କାରଣ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.