ନୂଆଦିଲ୍ଲୀ: ତୃତୀୟ ଦିନିକିଆ ପୂର୍ବରୁ ରୋହିତ ଶର୍ମାଙ୍କ ଅବସର ନେଇ ଆଲୋଚନା ଜୋର ଧରିଛି । ସେ ଅବସର ନେବି କି ନାହିଁ ତାହା ସ୍ପଷ୍ଟ ହୋଇନି । ଏହି ଘଟଣା ନେଇ ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଚୟନ କମିଟିଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଏହା ଯଦି ସତ୍ୟ ତେବେ ନିଶ୍ଚିତ ଭାବେ ଦୁଃଖର କଥା । ଯଦି ରୋହିତ ୨୦୨୭ ବିଶ୍ୱକପ ଯୋଜନାର ଅଂଶବିଶେଷ ନ ଥିଲେ ତେବେ ତାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ଦଳରେ ରଖାଯାଇଥିଲା । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରେ ଏ ସମ୍ପର୍କରେ ସ୍ପଷ୍ଟ ଭାବେ ତାଙ୍କୁ ଜଣେଇ ଦେବାର ଥିଲା । ରୋହିତ ଶେଷ ୮ଟି ମ୍ୟାଚରେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ନାହାନ୍ତି ।
ମୁଁ ଏଠାରେ ତାଙ୍କ ପ୍ରଦର୍ଶନ ସମ୍ପର୍କରେ ଆଲୋଚନା କରୁନି । ଯଦି ନିଷ୍ପତି ନେଇସାରିଛ ତେବେ ସ୍ପଷ୍ଟ କର । ଯଶସ୍ୱୀ ଜୈସୱାଲ ତାଙ୍କ ଦାବୀଦାର ମଜଭୁତ କରି ସାରିଛନ୍ତି । ରୋହିତ ଏବଂ ବିରାଟ କୋହଲି ଭାରତକୁ ଅନେକ ମ୍ୟାଚରେ ଜିତାଇଛନ୍ତି । ସେମାନଙ୍କ ସମ୍ମାନ ରଖିବା ଆମର କର୍ତବ୍ୟ ବୋଲି ଅଶ୍ୱୀନ କହିଛନ୍ତି । ଚୟନ କମିଟି ରୋହିତଙ୍କୁ ୨୦୨୭ ବିଶ୍ୱକପ ଯୋଜନାରେ ରଖି ପାରୁ ନାହାନ୍ତି କହିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ଲର୍ଡସରେ ରୋହିତ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳି ଅବସର ନେବେ ବୋଲି ମଧ୍ୟ ଖବର ପ୍ରକାଶ ପାଇଛି ।