Latest Odisha News

BREAKING NEWS

Puri Rath Yatra 2026:ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି

ପୁରୀ:ରଥଯାତ୍ରା ସମୟରେ ପୁରୀରେ ପ୍ରବଳ ଭିଡ଼ ରହୁଛି। ଖାସ୍ କରି ବୃଦ୍ଧ,ଶିଶୁ ଓ ରୋଗୀଙ୍କୁ ଅତ୍ୟଧିକ ଗହଳି ଭିତରକୁ ନଆସିବାକୁ ଅନୁରୋଧ କରିଛନ୍ତି ପୋଲିସ ଡିଜି । ରଥଯାତ୍ରା ଏବଂ ବାହୁଡ଼ା, ଏହାପରେ ସୁନାବେଶ ଏସବୁରେ ବହୁତ ଭିଡ ହେବ। ତେଣୁ ଛୋଟ ପିଲାଙ୍କୁ ପୁରୀ ନେଇ ନଆସିବା ପାଇଁ ଅନୁରୋଧ କହିଛନ୍ତି ପୋଲିସ ଡିଜି।

ଡିଜିପି ୱାଇବି ଖୁରାନିଆ କହିଛନ୍ତି,ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ଆଗାମୀ ଦିନରେ ଦର୍ଶନ ସମୟରେ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଡ ଓ କ୍ୟୁ ଲାଇନ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବ । ଗହଳିରେ ଅସୁବିଧା ହେବା ଆଶଙ୍କାରେ ଡିଜିପି ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି । ବୃଦ୍ଧ, ଛୋଟ ଛୁଆ ଏବଂ ରୋଗୀ ମାନେ ଏହି ଅତ୍ୟଧିକ ଗହଳି ଭିତରକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ପୋଲିସ ଡିଜି ।

ସୂଚନାଥାଉକି, ରଥଯାତ୍ରାର ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀରେ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଟଣା ସରିଛି । ପ୍ରଶାସନ ଓ ପୋଲିସର କଡ଼ା ବ୍ୟବସ୍ଥା ଯୋଗୁଁ କୌଣସି ଅଘଟଣ ଘଟିନଥିବା ଜଣାପଡିଛି। ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପ୍ରଶାସନ ଗୁରୁତ୍ୱ ଦେବ ବୋଲି ଡିଜିପି ୱାଇବି ଖୁରାନିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.