Latest Odisha News

BREAKING NEWS

ଗଡିଲା ଭଦ୍ରକ-ନୟାଗଡ ମେମୁ ଟ୍ରେନ

ଭୁବେନଶ୍ୱର:ଭଦ୍ରକ-ନୟାଗଡକୁ ଗଡିଲା ମେମୁ ଟ୍ରେନ । କଟକ ରେଳ ଷ୍ଟେଶନରୁ ଗୁରୁବାର ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ରରେ ବିଜେପି ସରକାର ସବୁବେଳେ ଓଡ଼ିଶାର ବିକାଶ ପ୍ରତି ଗୁରୁତ୍ୱ ଦେଇ ଆସୁଛି । ୫ଜି ସେବା କୁହ ବା ରେଳ ସେବା ସବୁଥିରେ ଓଡ଼ିଶାକୁ ପ୍ରାଧନ୍ୟ ଦିଆଯାଉଛି । କଟକ ରେଳ ଷ୍ଟେଶନର ନବୀକରଣ ପାଇଁ ୩୩୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । କଟକ ରେଳ ଷ୍ଟେଶନକୁ ବିଶ୍ୱର ଶ୍ରେଷ୍ଠ ରେଳ ଷ୍ଟେସନ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ଶାରେ ୫୭ ରେଳ ଷ୍ଟେଶନର ନବୀକରଣ କରାଯାଉଥିବା ସୂଚନା ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ । ଖୁବଶୀଘ୍ର କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବାଲେଶ୍ୱରର ଷ୍ଟେସନ ଜାତୀୟ ସ୍ତରର ଷ୍ଟେସନ ହେବ ବୋଲି ମଧ୍ୟ କହିଥିଲେ

ସେହିପରି ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷକୁ ୫୦ କିଲୋମିଟର ରେଳ ଲାଇନ ତିଆରି ହୋଇଥିଲା । ହେଲେ ଏବେ ଅର୍ଥାତ ୨୦୩୩-୨୩ରେ ୪୫୦ କିଲାେମିଟର ରେଳପଥ ତିଆରି ହେଉଛି ବୋଲି କହିଥିଲେ ରେଳମନ୍ତ୍ରୀ । ଏହି ଅବସରରେ ଧାମନଗର ବିଧାୟକ ଏବଂ କଟକ ବାରବାଟୀ ବିଧାୟକ ଉପସ୍ଥିତ ଥିଲେ ।

କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ସବୁବେଳେ ଓଡ଼ିଶାର ବିକାଶ ପ୍ରତି ଗୁରୁତ୍ୱ ଦେଉଛନ୍ତି ଏବଂ ଦେଉଥିବେ ବୋଲି କହିଥିଲେ ଅଶ୍ୱିନୀ ବୈଷ୍ଣବ । ରାଜ୍ୟରେ ପ୍ରଥମ ଫେଜରେ ୫ଜି ସେବା ଯେଗାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ଟି ଜିଲାରେ ଏହି ସେବା ମିଳୁଛି ବୋଲି କହିିଥିଲେ କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ଶ୍ରୀ  ପ୍ରଧାନ କହିଥିଲେ,  ‘ଏହି ଟ୍ରେନର ଶୁଭାରମ୍ଭ ଦ୍ୱାରା ଭଦ୍ରକ ଓ ନୟାଗଡବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଧାମନଗରର ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ଅନୁରୋଧକୁ ରଖି ଏହି ରେଳ ପ୍ରକଳ୍ପକୁ ଅନୁମୋଦନ କରି ସର୍ବୋପରି ଓଡ଼ିଶା ତଥା ଓଡ଼ିଆଙ୍କ ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଦେଖାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ । ଏହି ନୂତନ ଟ୍ରେନ୍ ସ୍ଥାନୀୟ ନାଗରିକଙ୍କୁ ଉନ୍ନତ ରେଳ ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ପ୍ରଦାନ କରିବ ।’

ଆଗାମୀ ଦିନରେ ଭୁବନେଶ୍ୱର ଓ କଟକ ଷ୍ଟେସନ ଅନ୍ତରାଷ୍ଟ୍ରୀୟ ଷ୍ଟେସନ ନେଇ କଳ୍ପନା ରଖାଯାଇଛି । ଖୁବ ଶୀଘ୍ର ଓଡ଼ିଶାରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ହେବାକୁ ଯାଉଛି । ମହାପ୍ରଭୁଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପରାମର୍ଶରେ ଓଡ଼ିଶାରେ ପ୍ରଗତିର ରଥ ଗତିଶୀଳ ହେବ ଏବଂ ଦେଶର ଅର୍ଥନୀତିରେ ଓଡ଼ିଶାର ବହୁତ ବଡ ଯୋଗଦାନ ରହିବ ବୋଲି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

 

 

Leave A Reply

Your email address will not be published.