Latest Odisha News

BREAKING NEWS

ଓଡ଼ିଶାର ଆଇନଶୃଙ୍ଖଳା ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା ବୋଲି ଝାରସୁଗୁଡାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ ନେଇଛି । କ୍ଷମତାରେ ଥିବା ଲୋକମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଅବଗତ ହୁଅନ୍ତୁ । ଦିବାଲୋକରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଠିକ୍ ଦୁଇ ମାସ ପରେ ଛାତ୍ର ସମର୍ଥଙ୍କ ହତ୍ୟା ଓଡ଼ିଶା ସରକାରଙ୍କ ଆଇନ ଶୃଙ୍ଖଳା ଠିକ୍ ଥିବା ଦାବିକୁ ପଦାରେ ପକାଇଛି ।

ରାଜ୍ୟର ଜନସାଧାରଣ କିମ୍ବା ଜନପ୍ରତିନିଧିମାନେ କେହି ସୁରକ୍ଷିତ ନୁହଁନ୍ତି । ବିଶେଷ ଭାବରେ ଝାରସୁଗୁଡାରେ ଏଭଳି ପ୍ରତିଦିନ ଘଟଣା ସମସ୍ତଙ୍କୁ ଚକିତ କରିଛି ଏବଂ ଲୋକଙ୍କ ବିଶ୍ୱାସରେ ଆଘାତ ପହଞ୍ଚାଇଛି । ସମର୍ଥଙ୍କ ପରିବାରକୁ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ମଧ୍ୟ କମ୍ ପଡିବ । ଓଡ଼ିଶାର ସରକାର ନାଗରିକଙ୍କ ସୁରକ୍ଷା ଆଇନକାନୁନକୁ ସୁନିଶ୍ଚିତ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ସସ୍ମିତ କହିଛନ୍ତି, ଓଡ଼ିଶାକୁ ଆଇନ ବିହୀନ ବ୍ରାଣ୍ଡିଂ କରିବା ଶାନ୍ତିପ୍ରିୟ ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି । ନିଜର ରାଜନୈତିକ ଏଜେଣ୍ଡା ପାଇଁ ଓଡ଼ିଶାକୁ ବଦନାମ କରନ୍ତୁ ନାହିଁ । ଆପଣ ଆଇନଶୃଙ୍ଖଳା ଏବଂ ଅପରାଧ ଭିତରେ ଥିବା ପାର୍ଥକ୍ୟ ବୁଝିନାହାଁନ୍ତି । ପଦ୍ମପୁରରେ ଜିଏସଟି ରେଡ ବେଳେ ଆଇନଶୃଙ୍ଖଳା ପରିସ୍ଥତି ଉପୁଜିଥିଲା । ଯେତେବେଳେ ଶତାଧିକ ବିଜେପି କର୍ମୀ ଜବରଦସ୍ତି ଜିଏସଟି ଅଧିକାରୀଙ୍କ କାଗଜପତ୍ର ଛଡାଇ ନେଇଥିଲେ । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସସ୍ମିତ ପାତ୍ର । ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ହରିଆଣାରେ ଦୁଷ୍କର୍ମ ଓ ହତ୍ୟା ବଢୁଥିବା କହିଛନ୍ତି ସସ୍ମିତ ପାତ୍ର ।

Leave A Reply

Your email address will not be published.