Latest Odisha News

BREAKING NEWS

ଓଡ଼ିଶାରେ ମାସକରେ ୭୦ ହଜାର , ତିନି ଦିନରେ ୧୦ ହଜାର ପଜିଟିଭ୍

ଭୁବନେଶ୍ୱର: ଅଗଷ୍ଟରେ ଓଡ଼ିଶାରେ କରୋନା ସଂକ୍ରମଣ ନୂଆ ଶିଖ ଛୁଇଁଛି । ମାସେ ଭିତରେ ବାହାରିଛି ୭୦ ହଜାର ପଜିଟିଭ୍ କେସ୍ । ମାର୍ଚ୍ଚରୁ ଅଗଷ୍ଟ (୩୦ ତାରିଖ) ଛଅ ମାସ ଭିତରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଛି । ମାର୍ଚ୍ଚରୁ ଜୁଲାଇ ଭିତରେ ୩୦ ହଜାର ପାର କରିଥିଲା ସଂକ୍ରମିତଙ୍କ ସଂଖ୍ୟା । ଅଗଷ୍ଟରେ ବାକି ୭୦ ହଜାର ପଜିଟିଭ କେସ୍ ସାମନାକୁ ଆସିଛି ।
୬ ଦିନରେ ୨୦ ହଜାର ସଂକ୍ରମିତ
ଶେଷ ୨୦ ହଜାର ସଂକ୍ରମିତ ମାତ୍ର ୬ ଦିନରେ ଚିହ୍ନଟ ହୋଇଛନ୍ତି । ଗତ ୨୪ ତାରିଖରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୦ ହଜାର ପାର କରିଥିଲା । ୨୭ ତାରିଖରେ ୯୦ ହଜାର ଓ ଆଜି ଏହି ସଂଖ୍ୟା ଲକ୍ଷେ ଅତିକ୍ରମ କରିଛି । ତିନି ଦିନ ବ୍ୟବଧାନରେ ୮୦ରୁ ସଂଖ୍ୟା ବଢ଼ି ଲକ୍ଷେ ହୋଇଗଲା ।
୫ ମାସରେ ୩୦ ହଜାର, ଅଗଷ୍ଟରେ ୭୦ ହଜାର ପଜିଟିଭ୍
ମାର୍ଚ୍ଚ ୧ ତାରିଖରେ ରାଜ୍ୟରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପ୍ରଥମ ୧୦ ହଜାର କେସ୍ ଛୁଇଁବାକୁ ୧୧୪ ଦିନ ସମୟ ଲାଗିଥିଲା । ଅର୍ଥାତ ଜୁଲାଇ ୭ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାରରେ ପହଞ୍ଚିଥିଲା ।

ପରବର୍ତ୍ତୀ ୧୬ ଦିନ ଭିତରେ ଆଉ ୧୦ ହଜାର ସଂକ୍ରମିତ ହୋଇଥିଲେ । ଜୁଲାଇ ୨୩ ତାରିଖରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ପହଞ୍ଚିଥିଲା ୨୦ ହଜାରରେ । ପରବର୍ତ୍ତୀ ୧୦ ହଜାର ଆକ୍ରାନ୍ତ ମାତ୍ର ୭ ଦିନ ଭିତରେ ବାହାରିଥିଲେ । ଜୁଲାଇ ୩୦ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ପାର କରିଥିଲା ।
ଅଗଷ୍ଟରେ ଛୁଇଁଥିଲା ୫୦ ହଜାର ବେଞ୍ଚ ମାର୍କ 
ଅଗଷ୍ଟ ୬ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ପାର କରିଥିଲା । ୩୦ରୁ ୪୦ ହଜାର କେସ୍ ମାତ୍ର ସପ୍ତାହେ ଭିତରେ ବାହାରିଥିଲା । ଅଗଷ୍ଟ ୧୨ ତାରିଖରେ ୫୦ ହଜାର ବେଞ୍ଚ ମାର୍କ ଟପିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ୬ ଦିନ ଭିତରେ ୧୦ ହଜାର ଲୋକ ସଂକ୍ରମିତ ହୋଇଥିଲେ ।

Leave A Reply

Your email address will not be published.