Latest Odisha News

ରାମସେତୁ ରହସ୍ୟ ଉଜାଗର ହେବ !

ନୂଆଦିଲ୍ଲୀ:ରାମସେତୁ ବାସ୍ତବ ନା କଳ୍ପନା ଖୁବ୍ ଶୀଘ୍ର ଏହି ରହସ୍ୟରୁ ପରଦା ଉଠିବ । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ୪୮ କିଲୋମିଟର ଲମ୍ବ ପଥର ଶୃଙ୍ଖଳକୁ ରାମସେତୁ କୁହାଯାଇଥାଏ । ଏହା ରାମାୟଣରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ମାନ୍ନାର ଉପସାଗର ଏବଂ ପାକ୍ ଷ୍ଟ୍ରିଟକୁ ଅଲଗା କରିଥାଏ । ଏଥିନେଇ ଅଣ୍ଡର ୱାଟର ରିସର୍ଚ୍ଚ ପ୍ରୋଜେକ୍ଟ ଚଳିତ ବର୍ଷଠାରୁ ଆରମ୍ଭ ହେବ ।

ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଓସିନୋଗ୍ରାଫିର ବୈଜ୍ଞାନିକମାନେ ଏ ନେଇ ଗବେଷଣା କରିବେ । ଗବେଷଣା ପାଇଁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ସେଟ୍ରାଂଲ ଆଡଭାଇଜର ବୋର୍ଡ ପକ୍ଷରୁ ଏ ନେଇ ଅନୁମତି ପ୍ରଦାନ କରାଯାଇଛି । ୩୫ରୁ ୪୦ ମିଟର ପାଣି ତଳୁ ନମୂନା ସଂଗ୍ରହ କରି ପରୀକ୍ଷଣ କରାଯିବ ।

Leave A Reply

Your email address will not be published.