Latest Odisha News

ପୁରୀରେ ଏଏସଆଇ ଟିମ୍, ମେ ୯ରେ ହାଇକୋର୍ଟରେ ଶୁଣାଣି

ପୁରୀ:  ପୁରୀରେ ଏସଆଇର ଏକ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଟିମ୍ ଆସି ପହଞ୍ଚିଛି । ଏହି ଗସ୍ତ ବେଳେ ପୁରୀ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିବ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ପ୍ରକଳ୍ପ ଅନୁଧ୍ୟାନ କରିବା ପରେ ମେ ୭ରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବ ଏବଂ ମେ ୯ରେ ଏହି ପ୍ରସଙ୍ଗରେ ହାଇକୋର୍ଟ ଶୁଣାଣି କରିବେ। ତେଣୁ ଆଜିର ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ଭୁବନେଶ୍ୱର ଏବଂ ପୁରୀ ଏଏସଆଇର ଅଫିସର ବରିଷ୍ଠ ଅଧିକାରୀ ଏହି ଟିମରେ ରହିଛନ୍ତି । ପ୍ରକଳ୍ପ ତିଆରି ବେଳେ କେତେ ଗଭୀର ଖନନ ହୋଇଛି । ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ କି କି ପଦକ୍ଷେପ ନିଆଯାଇଛି, ଆବଶ୍ୟକ ଅନୁମତି ନିଆଯାଇଛି କି ନାହିଁ, ଏସବୁ ଦିଗ ଉପରେ ଟିମ୍ ଅନୁଧ୍ୟାନ କରିବ । ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଠିକା କମ୍ପାନୀ ଟାଟା ଏହି ପ୍ରକଳ୍ପ କାମ କରୁଛି । ହେଲେ ପ୍ରକଳ୍ପ ତିଆରି ପାଇଁ ଆବଶ୍ୟକ ଅନୁମତି ନିଆଯାଇନାହିଁ ବୋଲି ଅଭିଯୋଗ ରହିଛି । ତେଣୁ ପ୍ରକଳ୍ପ କାମ ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟରେ ମାମଲା ପହଂଚିଛି ।

ଏହି ଟିମ୍ ପ୍ରକଳ୍ପ କାମର ଅନୁଧ୍ୟାନ କରିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ଓଡିଶା ସେତୁ ଓ ନିର୍ମାଣ ନିଗମ, ଟାଟା ପ୍ରକଳ୍ପ ଅଧିକାରୀଙ୍କୁ ଭେଟି ଆଲୋଚନା କରିବ । ଗତ ୬ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର କୁମାର ଯାଦବ ଏଏସଆଇ ନିକଟରେ ସଂଶୋଧିତ ପ୍ରକଳ୍ପର ନକ୍ସା ଦାଖଲ କରିଥିଲେ ।

Leave A Reply

Your email address will not be published.