Latest Odisha News

ଏସିଆ କପ କ୍ରିକେଟ: ଆଜି ଭାରତ-ବାଙ୍ଗଲାଦେଶ ମ୍ୟାଚ, ପାଣ୍ଡ୍ୟା ଦଳରୁ ବାଦ

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୁହାଁମୁହିଁ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ଲଗାତାର ବିଜୟ ପରେ ବାଙ୍ଗଲାଦେଶ ବିପକ୍ଷ ମ୍ୟାଚ ଜିତିବା ପାଇଁ ଖେଳାଳୀ ମାନଙ୍କ ମନୋବଳ ଦୃଢ ହୋଇଛି ।

ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଟିମ ସଂଯୋଜନାକୁ ନେଇ ଭାରତୀୟ ଦଳ ପାଇଁ ଟିକେ କଠିନ ହୋଇପାରେ । ବିଶେଷ କରି ଆଘାତ ଜନିତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାହାରିଯିବା ଟିମ ପାଇଁ ଚିନ୍ତାର କାରଣ ପାଲଟିଛି । ଏଥିସହିତ ପୂର୍ବରୁ ଅକ୍ଷର ପଟେଲ ଓ ସାର୍ଦ୍ଦୁଳ ଠାକୁର ମଧ୍ୟ ଦଳରୁ ବାଦ ପଡିଛନ୍ତି ।

ତେବେ ଏହି ମ୍ୟାଚରେ ଏମାନଙ୍କ ସ୍ଥାନରେ ଦୀପକ ଚହର, ରବୀନ୍ଦ୍ର ଜାଡେଜା ଓ ସିଦ୍ଧାର୍ଥ କାଉଲଙ୍କୁ ସାମିଲ କରାଯିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଭାରତୀୟ ଦଳ ଉଭୟ ହଂକଂ ଓ ପାକିସ୍ତାନ ଦଳ ଠାରୁ ବିଜୟ ହାସଲ ପରେ ଆଜିର ମ୍ୟାଚକୁ ମଧ୍ୟ ଜିତିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ପୂରା ଟିମ୍ ।

Leave A Reply

Your email address will not be published.