Latest Odisha News

BREAKING NEWS

ଶ୍ରୀନଗର: ୩ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସୋପିଆନରୁ ଆତଙ୍କବାଦୀ ମାନେ ଅପରହଣ କରିନେଇଥିବା ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।

ସୂଚନା ଅନୁଯାୟୀ ଆଜି ସକାଳୁ ଆତଙ୍କବାଦୀ ମାନେ ଦକ୍ଷିଣ କାଶ୍ମୀରର ସୋପିଆନରୁ ସ୍ପେଶାଲ ପୋଲିସ ଫୋର୍ସର ୩ ଜଣ ପୋଲିସ ଅଫିସର ସମେତ ଜଣେ କନେଷ୍ଟବଳକୁ ଅପହରଣ କରିନେଇଥିଲେ ଓ ପରବର୍ତ୍ତି ସମୟରେ ୩ ପୋଲିସ ଅଫସରଙ୍କୁ ହତ୍ୟା କରିଥିଲେ ।

ଅନ୍ୟପକ୍ଷରେ ପୋଲିସ ମୃତ ଶବଗୁଡିକୁ ଜବତ କରିବା ସହିତ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଜାରି କରିଥିବା ନେଇ ଜଣାପଡିଛି ।

ପୂର୍ବରୁ ହିଜବୁଲ ମୁଜାହିଦିନ ମୁଖିଆ ସ୍ପେଶାଲ ପୋଲିସ ଅଫିସର ମାନଙ୍କୁ ଚାକିରି ଛାଡିବା ପାଇଁ ଚେତାବନୀ ଦେଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.