Latest Odisha News

BREAKING NEWS

ବାତ୍ୟା ‘ଡ଼ାଏ’ ମଧ୍ୟରାତ୍ରିରେ ଛୁଇଁଲା ଗୋପାଳପୁର, ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର: ଗୁରୁବାର ରାତି ୧୨:୫୫ ମିନିଟରେ ବାତ୍ୟା ‘ଡ଼ାଏ’ ଓଡ଼ିଶା ଉପକୂଳର ଗୋପାଳପୁର ଛୁଇଁବା ପରେ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ଜାରି ରହିଛି । ଏହା ପ୍ରଭାବରେ ଓଡ଼ିଶାରେ ସେପରି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡ଼ଫଲର୍ ରାଡ଼ାର ମାଧ୍ୟମରେ ଏହି ସୂଚନା ମିଳିପାରିଛି । ଗୁରୁବାର ରାତି ୧୨:୫୫ ମିନିଟ୍ରେ ପ୍ରବଳ ପବନ ସହିତ ଗୋପାଳପୁର ଉପକୂଳ ଛୁଇଁଥିଲା । ଘଣ୍ଟାପ୍ରତି ୫୫ ରୁ ୬୦ କିମି ବେଗରେ ପବନ ବହିଥିଲା । ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ବର୍ଷା ଅନୁଭୁତ ହୋଇଛି ।

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଉପକୂଳବର୍ତ୍ତୀ ତଥା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.