Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଆଜି ଭାରତ-ଆଫଗାନିସ୍ତାନ ଏବଂ ପାକିସ୍ତାନ-ବାଂଲାଦେଶ ମୁକାବିଲା

ଦୁବାଇ: ଆଜି ଭାରତ ତା’ର ସୁପର ଫୋର ମୁକାବିଲାର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ଭେଟୁଛି । ତେବେ ଉଭୟ ଦଳ ଲାଗି ଆଜିର ଏହି ମ୍ୟାଚଟି ସମ୍ପୂର୍ଣ୍ଣ ରୂପେ ଗୁରୁତ୍ୱହୀନ । ଭାରତ ଫାଇନାଲକୁ ଉନ୍ନୀତ ହୋଇସାରିଥିବା ବେଳେ ଆଫଗାନିସ୍ତାନ ପ୍ରତିଯୋଗିତାରୁ ବାହାର ହୋଇସାରିଛି । କେବଳ ମ୍ୟାଚର ଔପଚାରିକତା ଦୃଷ୍ଟିରୁ ମ୍ୟାଚଟି ଖେଳାଯିବ । କିନ୍ତୁ ଫାଇନାଲ୍ ପୂର୍ବରୁ ଏହି ମ୍ୟାଚଟି ହେବ ଭାରତ ଲାଗି ଏକ ସୁନ୍ଦର ଅଭ୍ୟାସ ପ୍ରସ୍ତୁତି । ଆଫଗାନିିସ୍ତାନ ମୂଳରୁ ଭଲ ଖେଳି ଆସୁଥିଲେ ମଧ୍ୟ ଭାଗ୍ୟ ଦଳ ସହିତ ସାଥ୍ ଦେଲା ନାହିଁ ।

ଆଜି କପ୍ତାନ ରୋହିତ ଶର୍ମା ଏହି ମ୍ୟାଚରେ କିଛି ଖେଳାଳିଙ୍କୁ ପରୀକ୍ଷା ମୂଳକ ଭାବେ ବଦଳାଇବାର ଯୋଜନା ରଖିଛନ୍ତି । ଦଳର ବ୍ୟାଟିଂ ବେଶ୍ ମଜବୁତ ରହିଥିବା ବେଳେ ବୋଲିଂ ବିଭାଗ କ୍ରମେ ଦୃଢ ହୋଇ ଆସୁଛି । ଆଜିର ମ୍ୟାଚରେ ଦଳ ବ୍ୟାଟିଂ ଉପରେ ବେଶ୍ ଗୁରୁତ୍ୱ ଦେବା ସହିତ ମ୍ୟାଚକୁ ସହଜରେ ଜିତି ଫାଇନାଲ୍ ଲାଗି ଆତ୍ମବିଶ୍ୱାସ ସୃଷ୍ଟି କରିବ ।


ପାକିସ୍ତାନ-ବାଂଲାଦେଶ ମୁକାବିଲା

ଅନ୍ୟପକ୍ଷରେ ଆଜି ବାଂଲାଦେଶ ଓ ପାକିସ୍ତାନ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ବାଂଲାଦେଶ ପୂର୍ବାପେକ୍ଷା ବେଶ୍ ଭଲ ଖେଳ ପ୍ରଦର୍ଶନ କରୁଛି । ବିଶ୍ୱର ଯେକୌଣସି ଟିମକୁ ଚ୍ୟାଲେଞ୍ଜ ଦେଲାପରି କ୍ରିକେଟ ଖେଳୁଛି ବାଂଲା ଦଳ । ପାକିସ୍ତାନ ଦଳରେ ବ୍ୟାଟିଂ ବିଭାଗ ବିଶେଷ ଭାବେ ଶକ୍ତିଶାଳୀ ବୋଲି ମନେ ହେଉନାହିଁ । ବୋଲିଂ ବିଭାଗ ଅତ୍ୟନ୍ତ ଶକ୍ତିଶାଳୀ ମନେ ହେଉନଥିଲେ ବି ପାକିସ୍ତାନୀ ବୋଲିଂ ବିଭାଗ ଏକରକମ ସନ୍ତୁଳିତ ଅବସ୍ଥାରେ ରହିଛି ।

ତେବେ ଆଜି ବାଂଲାଦେଶ ଦଳ ପାକିସ୍ତାନକୁ କଡ୍ଡା ଟକ୍ଟର ଦେବା ଥୟ । ବାଂଲାଦେଶ ଟିମ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବାକୁ ସବୁମତେ ଉଦ୍ୟମ କରିବ ।

ପାକିସ୍ତାନ ମଧ୍ୟ ଏହି ମ୍ୟାଚକୁ ଜିତି ଫାଇନାଲରେ ଭାରତକୁ ପରାସ୍ତ କରି ପ୍ରତିଶୋଧ ନେବାର ଲକ୍ଷ୍ୟ ରଖିଛି । ତେଣୁ ଉଭୟ ଦଳ ଲାଗି ଏହି ମ୍ୟାଚ୍ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚଟି ଖୁବ ସଂଘର୍ଷପୂର୍ଣ୍ଣ ହେବାର ଆଶା ରହିଛି ।

Leave A Reply

Your email address will not be published.