Latest Odisha News

BREAKING NEWS

ଦେଶବ୍ୟାପୀ ଧର୍ମଘଟ: ୨୮ ତାରିଖରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହିବ

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ଔଷଧ ଦୋକାନ ଗୁଡିକ ଆସନ୍ତା ୨୮ ତାରିଖରେ ବନ୍ଦ ରହିବ । ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ‘ଅଲ ଇଣ୍ଡିଆ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଏହି ଡାକରା ଦିଆଯାଇଛି ।

ଅନ୍ୟପକ୍ଷରେ ଏହି ବନ୍ଦରେ ସାମିଲ ହୋଇଥିବା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନର ସୂଚନା ଅନୁଯାୟୀ ଆସନ୍ତା ୨୭ ତାରିଖ ମଧ୍ୟ ରାତ୍ରୀରୁ ୨୮ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ ।

ଇ-ଫାର୍ମାସି ଓ ଅନଲାଇନ ଜରିଆରେ ଔଷଧ ବ୍ୟବସାୟକୁ ବିରୋଧ କରି ଏହି ଆନ୍ଦୋଳନ କରାଯିବା ନେଇ ଜଣାପଡିଛି ।

ତେବେ ଏହି ଇ-ଫାର୍ମାସି ଓ ଅନଲାଇନ ଜରିଆରେ ଔଷଧ ବ୍ୟବସାୟ ହେଲେ ଔଷଧର ମାନ ପରୀକ୍ଷା ସମ୍ଭବପର ହୋଇପାରିବ ନାହିଁ ଏଥିସହିତ ମଧ୍ୟ ଲୋକମାନେ ଅନଲାଇନ ଜରିଆରେ ନିଶା ଔଷଧ ମଗାଇପାରନ୍ତି । ଏହି ଇ-ଫାର୍ମାସି ଫଳରେ ଲକ୍ଷଲକ୍ଷ ଔଷଧ ବ୍ୟବସାୟୀ ଓ କର୍ମଚାରୀ ମାନେ ନିଜର ଜୀବିକା ହରାଇବେ ବୋଲି ସେମାନ କହିଛିନ୍ତି ।

ଏହି ଆନ୍ଦୋଳନରେ ପ୍ରାୟ ୪ ହଜାର ହୋଲସେଲର ଓ ୨୨ ହଜାର ଖୁଚୁରା ଔଷଧ ବ୍ୟବସାୟୀ ସାମିଲ ହେବେ ବୋଲି କହିଛନ୍ତି ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ର ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ।

Leave A Reply

Your email address will not be published.