Latest Odisha News

BREAKING NEWS

ଏସିଆ କପ ହକି: ଫାଇନାଲରେ ପ୍ରବେଶ କରିପାରିଲାନି ଭାରତ

ଜାକର୍ତା: ଏସିଆ କପ ହକିର ଫାଇନାଲରେ ପ୍ରବେଶ କରିବାରେ ଭାରତ ବିଫଳ ହୋଇଛି । ଆଜି ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବୀରେନ୍ଦ୍ର ଲାକ୍ରା ନେତୃତ୍ୱାଧୀନ ଭାରତ ଓ କୋରିଆ ମ୍ୟାଚ ୪-୪ ଡ୍ରରେ ସମାପ୍ତ ହୋଇଥିଲା । ଡ୍ର ସତ୍ୱେ ଗୋଲ ବ୍ୟବଧାନରେ କୋରିଆ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ମାଲେସିଆ ୫-୦ ଗୋଲରେ ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିସାରିଛି । କୋରିଆକୁ ହରାଇଥିଲେ ଭାରତ ସହଜରେ ଫାଇନାଲକୁ ଉନ୍ନୀତ ହୋଇଥାନ୍ତା । ଭାରତ ଓଭରାଲ ୯ ଗୋଲ ଦେଇଥିବା ବେଳେ ୮ ଗୋଲ ଖାଇଥିଲା । ଅପରପକ୍ଷରେ କୋରିଆ ୯ ବଦଳରେ ୭ ଗୋଲ ଖାଇଥିଲା । ଯାହାର ଫାଇଦା ସେମାନଙ୍କୁ ମିଳିଥିଲା ।

ଭାରତ ପକ୍ଷର ନୀଲମ ସଞ୍ଜୀପ ଖେସ, ମନିନ୍ଦର, ଶେଷ ଗୌଡ, ମରୀଶ୍ୱରନ ଗୋଲ ସ୍କୋର କରିଥିଲେ । ଭାରତ ୧ ଜୁନରେ ବ୍ରୋଞ୍ଜ ପଦକ ମୁକାବିଲାରେ ଜାପାନକୁ ଭେଟିବ । ଏସିଆ କପ ମୁକାବିଲାର ପ୍ରଥମ ୩ଟି ସ୍ଥାନରେ ଥିବା ଟିମ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଭାରତ ଆୟୋଜକ ହୋଇଥିବାରୁ ପ୍ରଥମରୁ କ୍ୱାଲିଫାଇ କରି ସାରିଛି ।

Comments are closed.