Latest Odisha News

ଅକାଳରେ ମୃତ୍ୟୁବରଣ କରିଥିବା ଛୁଆ ହାତୀକୁ ସମାଧୀ ଦିଏ ମା’ ହାତୀ, ସାମ୍ନାକୁ ଆସିଲା ପୁରା ତଥ୍ୟ

ନୂଆଦିଲ୍ଲୀ: ହାତୀ ଏକ ସମ୍ବେଦନଶୀଳ ପ୍ରାଣୀ । ସେମାନେ ବହୁତ ବୁଦ୍ଧିମାନ ମଧ୍ୟ । ଆଜି ବି ଭାରତର ଅନେକ ମନ୍ଦିରରେ ହାତୀ ଥିବା ଦେଖାଯାଏ । ହାତୀ ତା’ର ଶୁଣ୍ଢରେ ସମସ୍ତଙ୍କୁ ଆଶୀର୍ବାଦ ଦେଇଥାଏ । ଏହାରି ଭିତରେ ଏକ ଅଧ୍ୟୟନରୁ ହାତୀ ମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି । ଅଧ୍ୟୟନରୁ ଜଣାପଡିଛି ଯେ, ମା’ ହାତୀ ମାନେ ସେମାନଙ୍କର ଅକାଳରେ ମୃତ୍ୟୁବରଣ କରୁଥିବା ଛୁଆ ହାତୀକୁ ମାଟିରେ ପୋତି ସମାଧୀ ଦେଇଥାଆନ୍ତି ।

ଭାରତରେ ହାତୀମାନଙ୍କର ପୂଜା କରାଯାଏ। ହାତୀ ଭଗବାନ ଗଣେଶଙ୍କ ଅବତାର ବୋଲି ବିବେଚନା କରାଯାଏ । ତେବେ ଅଧ୍ୟୟନରୁ ଜଣା ପଡିଥିବା ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପୂର୍ବରୁ ଆଫ୍ରିକୀୟ ସାହିତ୍ୟରେ ଉଲ୍ଲେଖ କରାଯାଇଥିଲା । ଏହି ତଥ୍ୟ ଉଭୟ ପ୍ରାଣୀ ବିଜ୍ଞାନୀ ଏବଂ ଅନ୍ୟ ପ୍ରକୃତି ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଏ ଯେ ସମୟ ପୂର୍ବରୁ ନିଜ ଛୁଆକୁ କେବଳ ଗୋଟିଏ ପ୍ରଜାତୀର ପ୍ରାଣୀ (Reticulitermes fukienensis) କବର ଦେଇଥାଏ । ଏହା ଅନ୍ୟ କୌଣସି ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରେ ଦେଖାଯାଏନାହିଁ ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଅଧ୍ୟୟନ ବଙ୍ଗଳାର ଜଙ୍ଗଲ, କ୍ଷେତ ଏବଂ ଚା ବଗିଚାରେ କରାଯାଇଥିଲା। ଗତ କିଛି ବର୍ଷ ମଧ୍ୟରେ ଉତ୍ତର ବେଙ୍ଗଲରେ କରାଯାଇଥିବା ପ୍ରାୟ ସମସ୍ତ ଅଧ୍ୟୟନରୁ ଜଣାପଡିଛି ଯେ, ହାତୀମାନେ ତାଙ୍କ ଶୁଣ୍ଢ ସାହାର୍ଯ୍ୟରେ ସେମାନଙ୍କର ମୃତ ଛୁଆ ହାତୀକୁ ପୋତି ଦେଇଛନ୍ତି । ପୋତିବା ସମୟରେ ସେମାନଙ୍କର ଗୋଡ ଉପରକୁ ଉଠି ରହିଥାଏ । ସେମାନଙ୍କର ସେହି ପକ୍ରିୟାକୁ ଦେଖିଲେ ଏପରି ପ୍ରତୀତ ହୁଏ ସତେ ଯେପରି ପୋଷ୍ଟମର୍ଟମ କରିବା ପାଇଁ ଟେବୁଲ ଉପରେ ସେମାନଙ୍କ ମୃତଦେହକୁ ରଖାଯାଇଛି । ତେବେ ଏହି କାର୍ଯ୍ୟ କେବଳ ଏସିଆନ ହାତୀଙ୍କ ଠାରେ ଦେଖାଯାଏ ।

କହିରଖୁଛୁ ଯେ ଏହି ଅଧ୍ୟୟନ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ‘Journal of Threatened Taxa’ରେ ପ୍ରକାଶିତ ହୋଇଛି | ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାସୱାନ ସୋସିଆଲ ମିଡିଆ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏହି ଅଧ୍ୟୟନ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି।

 

Comments are closed.