ବ୍ୟୁରୋ: ଇତିହାସ ରଚିଲେ ନୀରୁ ଦାଣ୍ଡା । ଦେଶ ପାଇଁ ସୁନା ଜିତିଲେ ସୁନା ଝିଅ । ଏସିଆନ ଗେମ୍ସରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକକ ନିଶାନାବାଜିରେ ଜିତିଛନ୍ତି ଗୋଲଡ ମେଡାଲ୍ । ମହିଳା ଦଳଗତ ଇଭେଂଟରେ ପୂର୍ବରୁ ରୌପ୍ୟ ମେଡାଲ ଜିତିଥିଲେ ନୀରୁ । ହରିୟାଣାର ୨୬ ବର୍ଷୀୟା ନୀରୁ ମହିଳା ଟ୍ରାପ୍ ସ୍ପର୍ଦ୍ଧାର ଫାଇନାଲରେ ୩୦ରୁ ୨୮ ଟାର୍ଗେଟ୍ ଭାଙ୍ଗି ଏହି ଐତିହାସିକ ସଫଳତା ପାଇଛନ୍ତି । ପୂର୍ବରୁ ଏସିଆନ ଗେମ୍ସରେ ୩୦ରୁ ୨୪ ଟାର୍ଗେଟ ହିଟ୍ କରିବାର ରେକର୍ଡ ଥିଲା । ସେହି ରେକଡ ର୍ ଭାଙ୍ଗିଛନ୍ତି ନୀରୁ । ପୂର୍ବରୁ ଏସିଆନ ଗେମ୍ସରେ ଏହି ସ୍ପର୍ଦ୍ଧାରେ କୌଣସି ଭାରତୀୟ ମହିଳା ଏହି ସଫଳତା ପାଇନଥିଲେ । ୧୯୭୮ରେ ଏକକ ନିଶାନାବାଜିରେ ପୁୁରୁଷ ବର୍ଗରେ ରନ୍ଧୀର ସିଂ ଗୋଲଡ ମେଡାଲ ଜିିତିଥିଲେ । ୨୦୧୦ରେ ରଂଜନ ଶୋଦ୍ଧି ପୁରୁଷ ଡବଲ୍ସ ବର୍ଗରେ ସୁନା ଜିତିଥିବା ସୂଚନା ରହିଛି । ଭାରତୀୟ ସେନାରେ ନାଏବ ସୁବେଦାର ଭାବେ କାମ କରୁଥିବା ନୀରୁଙ୍କ ପାଇଁ ଏହି ମେଡାଲ ବହୁତ ଗର୍ବର ବିଷୟ । ୧୦ ଦିନ ପୂର୍ବରୁ ସେ ଫ୍ଲୁରେ ପଡି ମେଡିକାଲରେ ଭତିି ର୍ ହୋଇଥିଲେ । ୫ଦିନ ଯାଏ ଖାଇପିଇନଥିଲେ । ପ୍ରତିଯୋଗୀତାରେ ଭାଗ ନେବେ କି ନାହିଁ ସନେ୍ଦହ ଥିଲା । ତଥାପି ସେ ତାଙ୍କ କୋଚ୍ଙ୍କ ପ୍ରରୋଚନାରେ ଫାଇନାଲ ପାଇଁ ଆସିଥିଲେ । ହେଲେ ପାଣିପାଗ ବି ନିଶାନା ଲଗାଇବାରେ ଅଂଶଗ୍ରହଣକାରୀଙ୍କ ପାଇଁ ବାଧା ସାଜିଥିଲା । ଶେଷରେ ନୀରୁ ମୋଟ୍ ୧୧୮ ସ୍କୋର କରି ଫାଇନାଲରେ ପହଂଚିଥିଲେ । ଏବଂ ଫାଇନାଲରେ ୫ଟି ଟାର୍ଗେଟ୍ ହିଟ୍ କରି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିନେଲେ । ଏବେ ତାଙ୍କର ପରବର୍ତ୍ତୀ ଟାର୍ଗେଟ୍ ଅଲିମ୍ପିକ୍ସା
BREAKING NEWS
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା
- Stampede at Durga Puja pandal:ଦୁର୍ଗାପୂଜାରେ ଦଳାଚକଟା; ୧୭ ମୃତ, ୪୦ଆହତ
- ଗର୍ଭବତୀ ସାମ୍ବାଦିକାଙ୍କୁ ଧକ୍କା ମାମଲା: ତେଜିଲା ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

Comments are closed.