Latest Odisha News

ବର୍ଷାରେ ଉବୁଟୁବୁ ନାଗପୁର; ଜଳାର୍ଣ୍ଣବ ପୁରା ସହର, ୫ ଜଣଙ୍କର ମୃତ୍ୟୁ

ମହାରାଷ୍ଟ୍ର: ମହାରାଷ୍ଟ୍ର ନାଗପୁରରେ ପ୍ରବଳ ବର୍ଷା। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ବସ୍‌ ଡିପୋ ଏବଂ ଘରେ ଲୋକମାନେ ଫସିଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଛି । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫିଡନବିସ୍‌ ନାଗପୁର ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି । ନାଗପୁର ଜିଲ୍ଲା ଏବଂ ମହାନଗରର ସ୍କୁଲ ସବୁ ଛୁଟି ଘୋଷଣା କରାଯାଇଛି ।

୪ ଘଣ୍ଟାରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାତି ୨ଟାରୁ ଲଗାଣ ବର୍ଷା ଜାରି ରହିଛି । ଜୁଆଡେ ଚାହିଁବ ପାଣି ଆଉ ପାଣି । ବୁଡି ରହିଛି କାର୍ ଓ ବସ୍। ଅମ୍ବାଝରି ହ୍ରଦରୁ ପାଣି ଉଛୁଳି ସହର ସାରା ଜଳମଗ୍ନ ହୋଇଯାଇଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଲୋକମାନେ ଦଉଡି ସାହାଯ୍ୟରେ ପାର ହେଉଛନ୍ତି। ନଦୀ କୂଳିଆ ଲୋକେ ବର୍ଷା ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି। ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ସୁବିଧାର ସମ୍ମୁଖୀନ ହେଉଛନ୍ତି।

ପାଣିପାଗ ବିଭାଗ ଅନୁଯାୟୀ, ଏହି ଧାରା ଆଜି ବି ଜାରି ରହିବ । ଏହା ବ୍ୟତୀତ ମଧ୍ୟପ୍ରଦେଶର ମହାରାଷ୍ଟ୍ରର ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରେକର୍ଡ ବର୍ଷା ହେତୁ ନାଗପୁର ଜିଲ୍ଲାର ଅନେକ ନଦୀ ଓ ଡ୍ରେନ ଜଳମଗ୍ନ ହୋଇଛି । ବନ୍ୟା ଯୋଗୁଁ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାରୀ ଦଳ ସହରରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୫୦୦ରୁ ଉର୍ଦ୍ଧ ଲାକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛୀ ବୋଲି ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ସୂଚନା ଦେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଗଙ୍ଗାଧରରାଓ ଫଡନାଭିସ୍ ସହରର ବର୍ଷା ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ବୋଲି ଏକ୍ସରେ ସେୟାର କରିଛନ୍ତି । ଏଥିସହ ସେ ତାଙ୍କ ପୋଷ୍ଟରେ ଉଲେଖ କରିଛନ୍ତି ଯେ, “ଗତକାଲି ରାତିରେ ନାଗପୁରରେ ପ୍ରବଳ ବର୍ଷା ହେତୁ ଅମ୍ବାଜାରୀ ହ୍ରଦ ପ୍ରବାହିତ ହୋଇଛି ଏବଂ କିଛି ଅଞ୍ଚଳରେ ଜଳ ପ୍ରବେଶ କରିଛି। ମାତ୍ର ୪ଘଣ୍ଟା ଭିତରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନାଗପୁର କଲେକ୍ଟର, ମ୍ୟୁନିସିପାଲିଟି କମିଶନର ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି । ନିମ୍ନମାନର ଅଞ୍ଚଳରେ ଅଟକି ରହିଥିବା ନାଗରିକମାନଙ୍କୁ ପ୍ରଥମେ ସାହାଯ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ NDRFର ଗୋଟିଏ ଟିମ୍ ଏବଂ SDRFର ଦୁଇଟି ଟିମ୍ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି | ଆମେ ନିରନ୍ତର ପ୍ରଶାସନ ସହ ଯୋଗାଯୋଗରେ ରହି ପରିସ୍ଥିତି ଉପରେ ନଜର ରଖିଛୁ ବୋଲି ସେ X ରେ କହିଛନ୍ତି ।

Leave A Reply

Your email address will not be published.