Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମୁକୁଳା ପଡ଼ିଛି ଦୁର୍ବଳ ନଦୀ ବନ୍ଧ। ଆତଙ୍କିତ ନଦୀକୂଳିଆ ଗାଁର ଲୋକେ

ମରାମତି ହୋଇପାରୁନି ଦୁର୍ବଳ ନଦୀ ବନ୍ଧ

ଯାଜପୁର  : ବର୍ଷା ଆରମ୍ଭ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଦୁର୍ବଳ ନଦୀ ବନ୍ଧ ଗୁଡିକ ମରାମତି ହୋଇନି। ଫଳରେ ବନ୍ୟା ଆସିଲେ ନଦୀକୂଳିଆ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ। ଏ ହେଉଛି ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତ, ବାଣପୁର ଅଂଚଳ ର ଦୃଶ୍ୟ। ଯେଉଁଠି ମରାମତି ଅଭାବରୁ ନଦୀ ବନ୍ଧ ଗୁଡିକ ଦୁର୍ବଳ ଅବସ୍ଥାରେ ରହିଛି ।  ଗତ ଦୁଇ ବର୍ଷ ତଳେ ମଲିପୁର ଠାରେ ଘାଇ ସୃଷ୍ଟି ହୋଇଥିଲା । କିନ୍ତୁ କେବଳ ବାଲି ପକାଇ ଘାଇ ମରାମତି କାର୍ଯ୍ୟ ସାରିଛି ଜଳ ସଂପଦ ବିଭାଗ।

ବନ୍ଧ ଠାରୁ ୫ କିଲୋମିଟର ଦୂରରୁ ମାଟି ଆଣି ନଦୀ ବନ୍ଧରେ ପକେଇବା ପାଇଁ ନିୟମ ରହିଛି । କିନ୍ତୁ ଠିକାଦାର ମାନେ ନଦୀବନ୍ଧ ନିକଟରୁ ମାଟି ଆଣି ପକାଇବା ଫଳରେ ନଦୀର ସ୍ରୋତ ସିଧା ସଳଖ ନଦୀ ବନ୍ଧରେ ମାଡ କରିବା ଭଳି ପରିସ୍ଥିତି ସୃଷ୍ଟି କରିଛି ,  ଯଦି ଏହି ସବୁ ସ୍ଥାନରେ କୌଣସି ଘାଇ ସୃଷ୍ଟି ହୁଏ ବ୍ୟାପକ ଅଂଚଳ ଚାଷ ଜମି ନଷ୍ଟ ହେବାର ଆଶଙ୍କା ରହିଛି ।

ଚାଷୀ ମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେବେ । ସେପଟେ ଦୁର୍ବଳ ନଦୀ ବନ୍ଧ କାମ ଜାରି ରହିଛି ଏବଂ ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ଯାଜପୁର ଭାରପ୍ରାପ୍ତ ଜିଲ୍ଲାପାଳ କହିଛନ୍ତି ।

ନଦୀ ବନ୍ଧ ମରାମତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହା ଉପଯୁକ୍ତ ଭାବେ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଯାଇଛି ।

 

Leave A Reply

Your email address will not be published.