Latest Odisha News

BREAKING NEWS

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି ।

କୈଳାଶ କୁଲେସିକାଙ୍କୁ ଏଥର ଲକ୍ଷ୍ମୀପୁର ପାଇଁ ଟିକେଟ୍ ଦେଇନି ବିଜେଡି । ଯାହାକୁ ନେଇ ସେ ନିରାଶ ହୋଇ ବିଜେଡି ଛାଡିଥିବା ସୂଚନା ରହିଛି ।

ପଦ୍ମ ଧରିବା ପରେ କୁଲେସିକା ବିଜେଡି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଲକ୍ଷ୍ମୀପୁର ପାଇଁ ବିଜେଡି ଟିକେଟ ଘୋଷଣାକୁ ନେଇ ନିରାଶ ହୋଇଛି । ଲକ୍ଷ୍ମୀପୁରରୁ ଟିକେଟ୍ ଦେବାକୁ ପ୍ରତିଶ୍ରୁତି ଦେଇ ଦଳରେ ମିଶାଇ ଥିଲେ । ହେଲେ ଏବେ ବିଜେଡି ବିଶ୍ବାସଘାତକତା କରିଛି ବୋଲି କହିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।

ସେ ଆହୁରି କହିଛନ୍ତି ଯେ, ଟିକେଟ୍ ନ ଦେଇ ସରକାର ଗଠନ ପରେ ଏସ୍‌ଡିସି ଦେବେ କହୁଛନ୍ତି । ପୁଣି ମୋତେ କୋଟିଏ ଟଙ୍କାର ପ୍ରଲୋଭନ ଦେଖାଉଛନ୍ତି । ମୋତେ ଯେଉଁ ଆଘାତ ଦେଇଛନ୍ତି ଲୋକେ ପ୍ରତିଶୋଧ ନେବେ । ବିଜେପି ମୋ ସହ ଯୋଗାଯୋଗ କରିବା ପରେ ଦଳରେ ମିଶିଥିବା କହିଲେ କୁଲେସିକା ।

Leave A Reply

Your email address will not be published.