Latest Odisha News

BREAKING NEWS

ବିଜେଡିରୁ ଇସ୍ତଫା ଦେଲେ ଅସିତ୍ ପଟ୍ଟନାୟକ, ଦଳ ଛାଡିବା ପଛର କାରଣ କହିଲେ…

ଭଦ୍ରକ: ବିଜେଡି ଛାଡିଲେ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ । ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଯେଉଁଠି ସମ୍ମାନ ନାହିଁ ସେ ଦଳରେ ରହିବି କାହିଁକି ବୋଲି ସେ ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ।

ଅସିତଙ୍କର ଏହି ଇସ୍ତଫା ପରେ ଭଦ୍ରକ ରାଜନୀତିରେ ହଇଚଇ ସୃଷ୍ଠି ହୋଇଛି । ତେବେ ୨୦୧୯ ମସିହା ନିର୍ବାଚନରେ ଦଳ ଅସିତଙ୍କୁ ଟିକେଟ୍ ଦେଇନଥିଲା । କେବଳ ତାଙ୍କୁ ରାଜ୍ୟ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦେଇ ସନ୍ତୁଷ୍ଟ କରିଥିଲା ଦଳ ।

୨୦୨୪ ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଅସିତ ଆଶାୟୀ ଥିବାବେଳେ, ଦଳ ତାଙ୍କୁ ପୁଣି ଚଳିତଥର ଟିକେଟ୍ ନଦେଇ ଭଣ୍ଡାରିପୋଖରୀର ବିଧାୟକ ଥିବା ପ୍ରଫୁଲ୍ଲ ସାମଲଙ୍କୁ ପ୍ରାର୍ଥୀ କରିଛି ।

ଏପରି ଦୁଇ ଦୁଇ ଥର ଅସିତ୍ ଙ୍କ ଆଶା ମଉଳିବା ପରେ ସେ ଆଜି ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ତେବେ ସେ ଆଗାମୀ କେଉଁ ଦଳକୁ ଯିବେ ସେନେଇ କୌଣସି ସୂଚନା ନାହିଁ ।

Leave A Reply

Your email address will not be published.