Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ବାପି ସର୍ଖେଲ

ଭୁବନେଶ୍ଵର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଦେଇଛନ୍ତି । ତେବେ ସେ କେଉଁ ଦଳରେ ସାମିଲ ହେବେ ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ପାରାଦ୍ବୀପ ନିର୍ବାଚନ ମଣ୍ଡଳୀର ଅଧିବାସୀ ମୋ ଉପରେ ଆସ୍ଥା ଏବଂ ବିଶ୍ବାସ ପ୍ରକଟ କରି ମୋର ସବୁ ସୁଖ ଦୁଃଖରେ ସାମିଲ ହୋଇଛନ୍ତି । ମୁଁ କଂଗ୍ରେସରୁ ଇସ୍ତଫା ଦେଲେ ମଧ୍ୟ ସେମାନଙ୍କ ପାଇଁ ପ୍ରତିଟି କାର୍ଯ୍ୟରେ ସର୍ବଦା ନିୟୋଜିତ ରହିବି । ଶ୍ରମିକମାନଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ମୁଁ ଦଳ ଛାଡୁଛି ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି ବାପି ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ବାପିଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡିରେ ମିଶିଥିଲେ । ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ବିପକ୍ଷରେ ୨୦୯୯୨ ଭୋଟ୍‌ ବ୍ୟବଧାନରେ ହାରିଥିଲେ ବାପି ସର୍ଖେଲ୍‌ । ୨୦୧୯ ବିଧାନସଭା ନିର୍ବାଚନରେ ପାରାଦୀପ ଆସନରେ ସମ୍ବିତ ରାଉତରାୟଙ୍କୁ ୬୯୮୭୧ ଭୋଟ ମିଳିଥିଲା । ଅନ୍ୟ ପଟେ ଅରିନ୍ଦମ ସର୍ଖେଲ୍‌ଙ୍କୁ ୪୮୮୭୯ ଭୋଟ ମିଳିଥିଲା ।

Leave A Reply

Your email address will not be published.